instruction
stringlengths 9
1.46k
| input
stringlengths 5
3.79k
⌀ | output
stringlengths 1
2.69k
| source
stringclasses 6
values |
---|---|---|---|
ତାଙ୍କୁ ପ୍ରଥମେ କୋଲକାତାର କେଉ ସ୍ଥାନ କୁ ନିଆଯାଇଥିଲା ? | ୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା । କଥା କହିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେ ଲୋକମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍ଚର୍ଚ୍ଚା କରୁଥିଲେ । କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍ବୁଦ୍ଧ କରି ଦେଉଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ‘ମା’ ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । | ଶ୍ୟାମପୁକୁରକୁ | ai4bharatIndicQA |
କିଏ ଇଣ୍ଡିଆ ଉପମହାଦେଶର ନାମ ରଖିଥିଲେ ? | ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଉଦ୍ଧୃତ । ପ୍ରାଚୀନ ସମୟରେ ସିନ୍ଧୁ ନଦୀର କୂଳବର୍ତ୍ତୀ ଅଞ୍ଚଳକୁ ଭାରତ ବୋଲି ଲୋକେ କହୁଥିଲେ । ଖ୍ରୀ.ପୂ. ୩୦୦ ବେଳକୁ ହେରୋଡଟସ୍ ଓ ମେଘାସ୍ଥିନିସ୍ ପରି ଗ୍ରୀକ୍ ଐତିହାସିକ ଏବଂ ପରିବ୍ରାଜକମାନେ ସମ୍ପୂର୍ଣ୍ଣ ଭାରତୀୟ ଉପମହାଦେଶକୁ ଇଣ୍ଡିଆ ବୋଲି କହିବା ଆରମ୍ଭ କଲେ । ସିନ୍ଧୁ ନଦୀର ନିମ୍ନ ଅବବାହିକା ଇରାନୀୟ ମାଳଭୂମି ଓ ଭାରତୀୟ ଉପମହାଦେଶ ମଧ୍ୟରେ ପ୍ରାକୃତିକ ସୀମା ନିର୍ଦ୍ଧାରଣ କରିଥାଏ । ଏହି ଅଞ୍ଚଳ ସମଗ୍ର ପାକିସ୍ତାନ (ବଲୋଚିସ୍ତାନ, ଖାଇବର୍ ପଖ୍ତୁନ୍ଖ୍ୱା, ପଞ୍ଜାବ, ସିନ୍ଧ), ଆଫଗାନିସ୍ତାନ ଓ ଭାରତରେ ବ୍ୟାପ୍ତ । ଗ୍ରୀସ ଦେଶର ମେସିଡୋନିଆ ରାଜ୍ୟର ବିଶ୍ୱବିଜୟୀ ସମ୍ରାଟ ଆଲେକ୍ଜାଣ୍ଡାର୍ ସିନ୍ଧୁ ନଦୀର ପଶ୍ଚିମ ତଟ ପର୍ଯ୍ୟନ୍ତ ବିଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ । | ହେରୋଡଟସ୍ ଓ ମେଘାସ୍ଥିନିସ୍ | ai4bharatIndicQA |
କିଏ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଦେଶରୁ ଫେରୁଥିବା ଓଡିଆ ଲୋକଙ୍କୁ ସୀମାରେ ଅଟକାଇ ଆଶ୍ରୟ ଓ ଖାଦ୍ୟ ଦିଆଯାଉ? | କରୋନା ଭୂତାଣୁ ସଂକ୍ରମଣ ସମୟରେ ଗରିବ ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ନବୀନ ପଟ୍ଟନାୟକ ୨୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିରେ ନିର୍ମାଣ ଶ୍ରମିକଙ୍କ ସମେତ ଖାଦ୍ୟ ସୁରକ୍ଷା ଯୋଜନା ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତାଲାବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅନୁରୋଧ କରିଛନ୍ତି । ଏହି ଖର୍ଚ୍ଚ ଓଡ଼ିଶା ସରକାର ଭରଣା କରିବେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରବାସରୁ ଫେରୁଥିବା ଓଡ଼ିଆମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । [୧୩]ଚଳିତ ଖରିଫ୍ ଓ ଆସନ୍ତା ରବି ଫସଲ ପାଇଁ ରାଜ୍ୟରେ କୃଷି କାର୍ଯ୍ୟ ଜାରି ରହିବା ସହ କୃଷିକାର୍ଯ୍ୟ ପାଇଁ ବିଭିନ୍ନ କୃଷି ସାମଗ୍ରୀ, ସାର, କୀଟନାଶକ ଔଷଧ ଓ ଯନ୍ତ୍ରପାତି ସ୍ଥାନାନ୍ତରଣରେ କୌଣସି ବାଧା ରହିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି । [୧୪] ଲକ ଡାଉନ ଓ ସଟ ଡାଉନତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ଯଥା ବିଜୁଳି, ଜଳଯୋଗାଣ, ହାସପାତାଳ, ଔଷଧ ଦୋକାନ, ଅଗ୍ନିଶମ ସେବା ଇତ୍ୟାଦି ଜାରି ରହିବା ସମେତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଓ ଗ୍ୟାରେଜ ଖୋଲା ରହିବ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ, କଳ କାରଖାନା,ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ଅଦାଲତ, ବାଣିଜ୍ୟିକ ଅନୁଷ୍ଠ। [୧୫]ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବା ସହ କୃଷି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି । | ଓଡ଼ିଶା ଉଚ୍ଚ ନ୍ୟାୟାଳୟ | ai4bharatIndicQA |
ପଞ୍ଚତୀର୍ଥ ଘାଟରୁ ଆୟ କେଉଁଠାକୁ ଯାଏ ? | ପଞ୍ଚତୀର୍ଥ: ବ୍ରହ୍ମ ପୁରାଣ ଅନୁସାରେ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ଜଗନ୍ନାଥ ଓ ବଳରାମଙ୍କୁ ରତ୍ନବେଦୀରେ ଦର୍ଶନ, ସମୁଦ୍ରରେ ସ୍ନାନ ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ । ଏହାକୁ ପଞ୍ଚତୀର୍ଥ କୁହାଯାଏ । ହଳଧରକୃତ ସ୍ମୃତି ଦର୍ପଣ ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ହେଉଛି ପଞ୍ଚତୀର୍ଥ । କେହି କେହି ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ମାର୍କଣ୍ଡେଶ୍ୱର ଶିବଙ୍କର ଦର୍ଶନ, ଅକ୍ଷୟବଟ ଓ ବଟମୂଳରେ ଥିବା ବଟେଶ୍ୱରଙ୍କୁ ଦର୍ଶନ, ମନ୍ଦିର ଭିତରେ ଗରୁଡ଼ ଓ ଠାକୁରଙ୍କୁ ଦର୍ଶନ, ଉଗ୍ରସେନଙ୍କୁ ଦର୍ଶନ କରି ସାଗର ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ତଦୁପରାନ୍ତ ନୃସିଂହଙ୍କୁ ଦର୍ଶନ କରିବାକୁ ପଞ୍ଚତୀର୍ଥ କହିଥାନ୍ତି । ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ପଞ୍ଚତୀର୍ଥ ବ୍ରତର ସଂକଳ୍ପ କରି ଏହାକୁ ସ୍ନାନ ପୂର୍ଣ୍ଣମୀଦିନ ଉଦ୍ଯାପନ କରାଯାଏ । କେହି କେହି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ଏହି ବ୍ରତର ସଂକଳ୍ପ କରି ପୂର୍ଣ୍ଣମୀ ଦିନ ଉଦ୍ଯାପନ କରିଥାନ୍ତି । ପଞ୍ଚତୀର୍ଥରେ ପିଣ୍ଡଦାନ ବିଧି ଶାସ୍ତ୍ର ସମ୍ମତ ଅଟେ। ପଞ୍ଚତୀର୍ଥର ଘାଟ ନିଲାମ ହୋଇ ମିଳୁଥିବା ଆୟ ଶ୍ରୀମନ୍ଦିରକୁ ଯାଏ । ମାର୍କଣ୍ଡେୟ ପୁଷ୍କରଣୀ : ଏହି ପୁଷ୍କରିଣୀର ଉତ୍ତର ୩୫୦ ଫୁଟ, ପୂର୍ବ ୫୦୫ ଫୁଟ, ଦକ୍ଷିଣ ୩୮୫ ଫୁଟ ଓ ପଶ୍ଚିମ ୫୪୨ ଫୁଟ ଲମ୍ବ ଅଟେ। ମାର୍କଣ୍ଡେୟ ମୁନି ତପସ୍ୟାକରି ଶିବଙ୍କୁ ସନ୍ତୁଷ୍ଟ କରି ମୃତ୍ୟୁଞ୍ଜୟ ହୋଇଥିବାରୁ ତାଙ୍କରି ନାମାନୁସାରେ ଏହି ପୁଷ୍କରିଣୀଟି ନାମିତ ବୋଲି କିମ୍ବଦନ୍ତୀ ରହିଛି। ଏହି ପୁଷ୍କରିଣୀ ତୀରରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳୀୟଦଳନ ମୂର୍ତ୍ତୀ ରହିଛି। ମାଦଳା ପାଞ୍ଜି ଅନୁସାରେ କୋଶଳକେଶରୀ ରାଜା ମାର୍କଣ୍ଡେଶ୍ୱର ମନ୍ଦିର ଓ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱସ୍ଥ ପଥର ପାଚେରୀ ନିର୍ମାଣ କରାଇଥିଲେ। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ:ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ । ଇତିହାସରୁ ଜଣାଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଏବଂ ଜଗନ୍ନାଥସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହ ସ୍ଥାପନ କରିଥିଲେ । | ଶ୍ରୀମନ୍ଦିରକୁ ଯାଏ | ai4bharatIndicQA |
ହିନ୍ଦୁ ମନ୍ଦିରରେ କେତେଗୋଟି ସଂଖ୍ୟା ବ୍ୟବହୃତ ହୁଏ ? | ଚାଣ୍ଡି ସ୍ଥାପତ୍ୟବିଦ୍ୟା ବାସ୍ତୁଶାସ୍ତ୍ରର ହିନ୍ଦୁ ସ୍ଥାପତ୍ୟଜ୍ଞାନର ବିନିଯୋଗ କରିଥିଲା । ଜାଭାରେ ବୃତ୍ତାକାର ମଣ୍ଡଳ, ମଣ୍ଡଳ ମଧ୍ୟରେ ଉଚ୍ଚ ମୁଖ୍ୟ ମନ୍ଦିରର ନିର୍ମାଣ ହେବା ଏହାର ଦୃଷ୍ଟାନ୍ତ । ଚାଣ୍ଡି ମନ୍ଦିରର ଆକାର ଦେବମାନଙ୍କ ବାସସ୍ଥଳୀ ମେରୁ ପର୍ବତର ଆକାର ପରି । ତ୍ରିଲୋକ ଓ ବ୍ରହ୍ମାଣ୍ଡର ସମ୍ପର୍କିତ ତଥ୍ୟ ମନ୍ଦିର କାନ୍ଥ ଓ ସ୍ତମ୍ଭରେ ଚିତ୍ରିତ ହୋଇଛି । ଚାଣ୍ଡି ମନ୍ଦିରରେ କେଉଁ ସ୍ଥାନ ପବିତ୍ର ଓ କେଉଁ ସ୍ଥାନ ଅପବିତ୍ର ତାହାର ଶ୍ରେଣୀ ଧାର୍ଯ୍ୟ କରାଯାଇଛି । ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନେକ ବିଷୟର ନିର୍ଦ୍ଧାରଣ ପାଇଁ ୩ (ତ୍ରି-) ସଂଖ୍ୟା ବ୍ୟବହୃତ ହୁଏ । ଯଥା – ହିନ୍ଦୁ ଧର୍ମରେ ତ୍ରିମୂର୍ତ୍ତି, ତ୍ରିଲୋକ, ତ୍ରିଦେବ, ତ୍ରି-ବାର ସତ୍ୟ ଓ ବୌଦ୍ଧ ଧର୍ମରେ ତ୍ରିରତ୍ନ । | ୩ (ତ୍ରି-) ସଂଖ୍ୟା | ai4bharatIndicQA |
୨୦୦୪ରେ କେତେ ବିଦେଶୀ ପର୍ଯ୍ୟଟକ ସିମ୍ ରିପ୍ ଅଞ୍ଚଳ ପରିଦର୍ଶନ କରିଥିଲେ? | ୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ୨୦୧୩ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା । ସିଏମ୍ ରିପ୍କୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ ଅଂକୋର୍ ୱାଟ୍ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି । ସୋକିମେକ୍ସ୍ (SOKIMEX) ନାମକ ଏକ ବେସରକାରୀ ସଂସ୍ଥା ୧୯୯୦ ପରଠାରୁ ଏହି ମନ୍ଦିର ସ୍ଥଳପାଇଁ କାମ୍ପୁଚିଆର ସରକାରଙ୍କୁ ଭଡା ପ୍ରଦାନ କରିଆସୁଛି ଓ ମନ୍ଦିରଟି ଏହି ସଂସ୍ଥାର ତତ୍ତ୍ୱାବଧାନରେ ରହିଛି । ମନ୍ଦିର ପ୍ରାଙ୍ଗଣମଧ୍ୟକୁ ଏତେ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ, ସେମାନଙ୍କ ବାରମ୍ବାର ସ୍ପର୍ଶ ଓ ଘର୍ଷଣଦ୍ୱାରା ମନ୍ଦିର କାନ୍ଥରେ ଅଙ୍କିତ କିଛି କାରୁକାର୍ଯ୍ୟ ନଷ୍ଟ/ନିଶ୍ଚିହ୍ନ ମଧ୍ୟ ହୋଇଛି । ତେଣୁ ମନ୍ଦିର ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର ସୁରକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ କାଠ ପାହାଚ ଓ ଦଉଡିଦ୍ୱାରା ବେଷ୍ଟିତ କରି ପର୍ଯ୍ୟଟକ ଓ କଳାକୃତି ମଧ୍ୟରେ ବିଭାଜନ ସୃଷ୍ଟି କରାଯାଇଛି । ପର୍ଯ୍ୟଟନର ଅଭିବୃଦ୍ଧି ଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ଖଜଣା ମିଳିବା ମଧ୍ୟ ସମ୍ଭବପର ହୋଇପାରିଛି । | ୫୬୧୦୦୦ | ai4bharatIndicQA |
ତାଙ୍କୁ ହସ୍ପିଟାଲର କେଉଁ କକ୍ଷରେ ରଖାଯାଇଥିଲା ? | ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ । . ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘Grandmother's Tale’ । ସେ ପ୍ରତିଦିନ ସଂଧ୍ୟାରେ 'The Hindu'ର ପ୍ରକାଶକ ନେ. ରାମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ ଏନ୍. ରାମଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ରେ ରଖାଯାଇଥିଲା । | ଭେନ୍ଟିଲେଟ | ai4bharatIndicQA |
କେତେ ମସିହାରେ ବ୍ରିଟିଶ ଶାସକମାନେ ପ୍ରଥମେ ଏକ ଭାରତୀୟ ପତାକା ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଥିଲେ? | ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ରେ କଲିକତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । | ।୧୮୫୭ | ai4bharatIndicQA |
ଶୋଭାଯାତ୍ରା ସମାପ୍ତ ହେବା ପରେ କିଏ ଏକ ଘର୍ଷଣ ଏବଂ ଖିଚୁଡ଼ି ପ୍ରଦାନ କରନ୍ତି ? | ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । | କନିକାର ରାଜା | ai4bharatIndicQA |
ଟେକ୍ସାଜ୍ ବିଶ୍ୱବିଦ୍ୟାଳୟ କେଉଁଠାରେ ଅବସ୍ତିତ? | ନିଜର ସ୍ନାତକ ପାଠପଢ଼ା ସରିଲା ବେଳକୁ କଳ୍ପନା ଚାୱଲା ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯିବା ପାଇଁ ଚିନ୍ତା କରି ସାରିଥିଲେ। ବହୁତ ଚିନ୍ତା କରିବା ପରେ ସେ ଆର୍ଲିଙ୍ଗ୍ଟନ୍ଠାରେ ଥିବା ଟେକ୍ସାଜ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ସ୍ଥିର କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଏବଂ ଗବେଷଣା ପାଇଁ ପ୍ରକୃଷ୍ଟ ସୁଯୋଗ ଥିବାରୁ ସେ ଏହାକୁ ବାଛିଥିଲେ। ଟେକ୍ସାଜ୍ରେ ନାମ ଲେଖାଇବା ପାଇଁ ମନୋନୀତ ହେବା ପରେ ସେ ଖୁବ୍ ଖୁସି ଥିଲେ। କିନ୍ତୁ ପୂର୍ବଥର ପରି ଏଥର ମଧ୍ୟ ତାଙ୍କ ପରିବାର ଏହି ଯୁବତୀ ଜଣଙ୍କୁ ବିଦେଶକୁ ଛାଡ଼ିବା ପାଇଁ ରାଜି ହେଲା ନାହିଁ। ତେବେ କଳ୍ପନା ପୁନର୍ବାର ନିଜ ପରିବାରକୁ ରାଜି କରାଇବାରେ ସଫଳ ହୋଇଯାଇଥିଲେ। ଶେଷରେ ୧୯୮୨ ମସିହାରେ କଳ୍ପନା ନିଜ ଛୋଟ ସହରଟିକୁ ଛାଡ଼ି ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯାଇଥିଲେ। | ଆର୍ଲିଙ୍ଗ୍ଟନ୍ଠା | ai4bharatIndicQA |
2009 ରେ ପାକିସ୍ତାନରେ କେତେ ପରିମାଣର ଜଳ ଯୋଗାଣ କରିବାକୁ ସକ୍ଷମ ହୋଇଥିଲା? | ସିନ୍ଧୁ ନଦୀ ବ୍ୟବସ୍ଥାରେ ସମସ୍ତ ନଦୀ ମୁଖ୍ୟତଃ ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳାରୁ ବାହାରିଛନ୍ତି । ଏହି ନଦୀଗୁଡ଼ିକ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ସିନ୍ଧ ପ୍ରଦେଶରେ ପ୍ରବାହିତ ହେବା ପରେ କରାଚୀ ସହରର ଦକ୍ଷିଣକୁ ରହିଥିବା ଗୁଜରାଟର କୋରି କ୍ରିକ୍ଠାରେ ଆରବ ସାଗରରେ ସମ୍ମିଳିତ ହୋଇଥାନ୍ତି । [୨୭] ପାକିସ୍ତାନକୁ ଏହି ନଦୀମାନଙ୍କରୁ ବାର୍ଷିକ ହାରାହାରି ୧୭.୭ କୋଟି ଏକର-ଫୁଟ୍ ବା ୨୧,୮୪୦ କୋଟି ଘନ ମିଟର୍ ଜଳ ସମ୍ବଳ ପ୍ରାପ୍ତ ହୋଇଥାଏ । [୨୮] ପୂର୍ବେ ଏହି ଅବବାହିକାର ଏକ କ୍ଷୁଦ୍ର ଭାଗ ଜଳସେଚିତ ହେଉଥିଲା । କିନ୍ତୁ କେନାଲ୍ ଓ ଜଳଭଣ୍ଡାରମାନ ନିର୍ମାଣ କରାଯାଇ ୨୦୦୯ ମସିହା ବେଳକୁ ଏହି ଅବବାହିକାରୁ ପାକିସ୍ତାନର ୪୭୦ ଲକ୍ଷ ଏକର ଅଞ୍ଚଳକୁ ଜଳ ପହଞ୍ଚି ପାରୁଛି । ବିଶ୍ୱରେ କୌଣସି ନଦୀ ଅବବାହିକାରୁ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରେ ଏହା ବୃହତ୍ତମ । [୨୯]ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟରେ ଭାରତୀୟ ଭୂଖଣ୍ଡର ବିଭାଜନ ହୋଇ ଭାରତ ଓ ପାକିସ୍ତାନ ସୃଷ୍ଟି ହେବା ପରେ ସିନ୍ଧୁ ଅବବାହିକାର ଜଳକୁ ନେଇ ବିବାଦ ସୃଷ୍ଟି ହେଲା । ନୂତନ ଭାବେ ପ୍ରସ୍ତୁତ ଦୁଇ ଦେଶ କିପରି ଭାବେ ରହି ଆସିଥିବା ଏକ ଜଳସେଚନ ବ୍ୟବସ୍ଥାରୁ ଉପକୃତ ହେବେ ଓ କିପରି ନିଜର ଭାଗ ନେବେ ତାହା ବିବାଦର କାରଣ ହେଲା । | ୪୭୦ ଲକ୍ଷ | ai4bharatIndicQA |
ଅଣହିଲବାଡ଼ ଶାସକ କିଏ ଥିଲେ? | ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା । | ସୋଲଂକୀରାଜା କର୍ଣଦେବ | ai4bharatIndicQA |
କେଉଁ ପରିବାର ଭାରତୀୟ ସଂସ୍କୃତିର କେନ୍ଦ୍ର ? | ୟୂଜୀନ ଏମ. ମକରଙ୍କ ଅନୁସାରେ , ଭାରତୀୟ ପାରମ୍ପରିକ ସଂସ୍କୃତି ଅପେକ୍ଷାକୃତ କଠୋର ସାମାଜିକ ପଦନୁକ୍ରମଦ୍ୱାରା ପରିଭାଷିତ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ , ପିଲାମାନଙ୍କୁ ଛୋଟ ବୟସରେ ହିଁ ସେମାନଙ୍କ ଭୂମିକା ଏବଂ ସମାଜରେ ତାଙ୍କ ସ୍ଥାନ ସମ୍ବନ୍ଧରେ କୁହାଯାଇଥାଏ । ତାଙ୍କର ଏହି କଥାରେ ଆହୁରି ମଧ୍ୟ ଜ୍ଞାନ ମିଳିଥାଏ ଏବଂ ତାହାର ସ୍ୱରୂପ ଏହିଯେ , ବହୁତ ଲୋକ ଏହି କଥାକୁ ମାନନ୍ତି ଯେ ତାଙ୍କର ଜୀବନକୁ ନିର୍ଦ୍ଧାରଣ କରିବାରେ ଦେବତା ଏବଂ ଆତ୍ମା ମାନଙ୍କର ହିଁ ପୂର୍ଣ୍ଣ ଭୂମିକା ହୋଇଥାଏ । ଧର୍ମ ବିଭାଜିତ ସଂସ୍କୃତି ଯେପରି ବହୁ ମତଭେଦ ; ଯେମିତିକି , ସେମାନଙ୍କ ଠାରୁ ବହୁ ଅଧିକ ଶକ୍ତିଶାଳୀ ବିଭାଜନ ହୋଇଥାଏ ହିନ୍ଦୁ ପରମ୍ପରାରେ , ମାନ୍ୟତା ଅପ୍ରଦୂଷିତ ଏବଂ ପ୍ରଦୂଷିତ ବ୍ୟବସାୟର । ସଖ୍ତ ସାମାଜିକ ଅମାନ୍ୟ ଲୋକ ଏହି ହଜାରେ ଲୋକଙ୍କର ସମୂହକୁ ନିୟନ୍ତ୍ରିତ କରିଥାନ୍ତି । ସହରରେ ଏଥିମଧ୍ୟରୁ କିଛି ଶ୍ରେଣୀ ଧୂସର ପଡିଯାଇଛନ୍ତି ଏବଂ ଆଉ କିଛି ଉଭାନ ହୋଇଯାଇଛନ୍ତି । ନାଭିକୀୟ ପରିବାର (Nuclear family) ଭାରତୀୟ ସଂସ୍କୃତି ପାଇଁ କେନ୍ଦ୍ରୀୟ ଅଟେ । ମହତ୍ୱପୂର୍ଣ ପାରିବାରିକ ସମ୍ବନ୍ଧ ଏତିକି ଦୂର ପର୍ଯ୍ୟନ୍ତ ହୋଇଥାଏ ଯେଉଁ ପର୍ଯ୍ୟନ୍ତ ସମାନ ଗୋତ୍ର (gotra)ର ସଦସ୍ୟ ରହିଥାନ୍ତି , ଗୋତ୍ର ହିନ୍ଦୁ ଧର୍ମ ଅନୁସାରେ ପୈତୃକ (ପିତାଙ୍କ ତରଫରୁ) ମିଳିଥିବା କୁଟୁମ୍ବ କିମ୍ବା ପନ୍ଥ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ଯାହା ଜନ୍ମ ସହିତ ହିଁ ଥୟ ହୋଇଥାଏ । | ନାଭିକୀୟ ପରିବାର | ai4bharatIndicQA |
ମନ୍ଦିରର ମୂଳରେ କେତେଟି ଚକ୍ର ଜଟିଳ ଖୋଦିତ ସଜ୍ଜା ଯାଇଛି? | ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି । ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । | ୧୨ଟି | ai4bharatIndicQA |
କେଉଁ ସହରରେ ୩ ପ୍ରକାର କୋଠା ନିର୍ମାଣ ଦେଖାବାକୁ ମିଳେ? | ହରପ୍ପା ନଗରମାନଙ୍କରେ ତିନିପ୍ରକାର ଅଟ୍ଟାଳିକାମାନ ନିର୍ମିତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ବାସଗୃହ, ସର୍ବସାଧାରଣ ଗୃହ ଓ ସର୍ବଜନୀନ ସ୍ନାନାଗାର। ବାସଗୃହ ରୂପେ ନିର୍ମିତ ଅଟ୍ଟାଳିକାଗୁଡିକ କରୁକାର୍ଯ୍ୟ ସମ୍ପନ୍ନ ନ ହୋଇ ସରଳ ଓ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ହୋଇଥିଲା। ଏକମହଲା ଅଟ୍ଟାଳିକାଗୁଡିକ ଦରିଦ୍ରଙ୍କ ପାଇଁ ଓ ବହୁ ମହଲା ଅଟ୍ଟାଳିକା ଧନୀକ ଶ୍ରେଣୀର ଲୋକଙ୍କ ଉବ୍ଦିଷ୍ଟ ଥିବାର ମନେହୁଏ। ବାସଗୃହ ବ୍ୟତୀତ ନଗରୀର ମଧ୍ୟଭାଗରେ ତିନୋଟି ବିଶାଳ ଅଟ୍ଟାଳିକା ନିର୍ମତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ଖମ୍ବବିଶିଷ୍ଟ ସଭାଗୃହ, ଶସ୍ୟାଗାର ଓ ସାର୍ବଜନୀନ ସ୍ନାନାଗାର। ଚତୁଃପାର୍ଶ୍ୱରେ ଅନେକ ଛୋଟ ଛୋଟ କୋଠରୀଥିବା ଏକ ବହୁସ୍ତମ୍ଭ ବିଶିଷ୍ଟ ଗୃହ ଆବିଷ୍କୃତ ହୋଇଛି। ଏହା ସମ୍ଭବତଃ ଶିକ୍ଷାଳୟ ବା ବଜାର ଭାବେ ବ୍ୟବହୃତ ହେଉଥିଲା। ଏତଦବ୍ୟତୀତ ଅନେକ ବେଞ୍ଚ ପଡିଥିବା ଗୋଟିଏ ପ୍ରଶସ୍ତ ଅଟ୍ଟାଳିକା ମଧ୍ୟ ରହିଛି। ସମ୍ଭବତଃ, ଏହା ନଗରର ଶାସକ ବିଧାୟକ ଗୃହରୂପେ ବ୍ୟବହୃତ ହେଉଥିଲା। ମହେଞ୍ଜୋଦାରୋ ନଗରର ଭଗ୍ନସ୍ତୁପରୁ ଏକ ବିରାଟ ସର୍ବସାଧାରଣ ସ୍ନାନାଗାର ଉଦ୍ଧାର କରାଯାଇଛି। ଏଥିରେ ଗୋଟିଏ ବିରାଟ ଚଟାଣ, ମଧ୍ୟଭାଗରେ ଏକ ଜଳଭଣ୍ଡାର ଓ ତା'ର ଚାରିପଟେ ଗ୍ୟାଲେରୀ ଓ ଛୋଟ ଛୋଟ କୋଠରୀ ରହିଥିବାର ଦେଖାଯାଏ। ନଗରଗୁଡିକର ରାସ୍ତାଗୁଡିକ ଥିଲା ସିଧା ଓ ପ୍ରଶସ୍ତ। ରାସ୍ତାଗୁଡିକ ଆଲୋକିତ କରିବା ପାଇଁ ବତୀଖୁଣ୍ଟମାନ ରଖାଯାଇଥିଲା। ହରପ୍ପା ନଗରର ଅନ୍ୟ ଏକ ବୈଶିଷ୍ଟ୍ୟ ଥିଲା ତା'ର ଜଳ ନିଷ୍କାସନ ବ୍ୟବସ୍ଥା। ପ୍ରତ୍ୟକ ବାସଗୃହରୁ କ୍ଷୁଦ୍ର କ୍ଷୁଦ୍ର ନର୍ଦ୍ଦମାଗୁଡିକ ବାହାରି ପ୍ରଧାନ ନର୍ଦ୍ଦମା ସହିତ ମିଶିଥିଲା। | ହରପ୍ପା | ai4bharatIndicQA |
କେତେ ମସିହାରେ କଳ୍ପନା ତାଙ୍କର ଛୋଟ ସହର ଛାଡ଼ିଥିଲେ? | ନିଜର ସ୍ନାତକ ପାଠପଢ଼ା ସରିଲା ବେଳକୁ କଳ୍ପନା ଚାୱଲା ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯିବା ପାଇଁ ଚିନ୍ତା କରି ସାରିଥିଲେ। ବହୁତ ଚିନ୍ତା କରିବା ପରେ ସେ ଆର୍ଲିଙ୍ଗ୍ଟନ୍ଠାରେ ଥିବା ଟେକ୍ସାଜ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ସ୍ଥିର କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଏବଂ ଗବେଷଣା ପାଇଁ ପ୍ରକୃଷ୍ଟ ସୁଯୋଗ ଥିବାରୁ ସେ ଏହାକୁ ବାଛିଥିଲେ। ଟେକ୍ସାଜ୍ରେ ନାମ ଲେଖାଇବା ପାଇଁ ମନୋନୀତ ହେବା ପରେ ସେ ଖୁବ୍ ଖୁସି ଥିଲେ। କିନ୍ତୁ ପୂର୍ବଥର ପରି ଏଥର ମଧ୍ୟ ତାଙ୍କ ପରିବାର ଏହି ଯୁବତୀ ଜଣଙ୍କୁ ବିଦେଶକୁ ଛାଡ଼ିବା ପାଇଁ ରାଜି ହେଲା ନାହିଁ। ତେବେ କଳ୍ପନା ପୁନର୍ବାର ନିଜ ପରିବାରକୁ ରାଜି କରାଇବାରେ ସଫଳ ହୋଇଯାଇଥିଲେ। ଶେଷରେ ୧୯୮୨ ମସିହାରେ କଳ୍ପନା ନିଜ ଛୋଟ ସହରଟିକୁ ଛାଡ଼ି ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯାଇଥିଲେ। | ୧୯୮୨ | ai4bharatIndicQA |
ରାମ ପ୍ରଜାମାନଙ୍କୁ କ'ଣ ଦେଲେ? | ଅଯୋଧ୍ୟାରେ ରାଜତ୍ୱଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତ ଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । | ଉପଦେଶ | ai4bharatIndicQA |
ପୋଲିସ ଗୁଳିରେ କେତେ ଲୋକ ପ୍ରାଣ ହରାଇଲେ? | ଏହି ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ପରବର୍ତ୍ତୀ ପରୀକ୍ଷଣ ଏବଂ ଦୁଖଦଃ ଘଟଣା ମାଧ୍ୟମରେ କଂଗ୍ରେସ ଦଳକୁ ଏକଜୁଟ ରଖିବା। ଭାରତ-ବର୍ମା ସୀମାରେ ଜାପାନ ସେନାର ଅଗ୍ରଗତି ନେଇ ବ୍ରିଟିଶମାନେ ଭୟଭୀତ ହୋଇ ଗାନ୍ଧୀଙ୍କୁ କାରାଗାରରେ ଜବାବ ଦେଇଥିଲେ । ଦଳର କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ (ଜାତୀୟ ନେତୃତ୍ୱ) ମଧ୍ୟ ବନ୍ଦୀ ହୋଇଥିଲେ। ପ୍ରମୁଖ ନେତାଙ୍କ ଗିରଫ ହେତୁ ଜଣେ ଯୁବକ ଏବଂ ସେପର୍ଯ୍ୟନ୍ତ ଅପେକ୍ଷାକୃତ ଅଜ୍ଞାତ ଅରୁଣା ଆସଫ ଅଲି ଅଗଷ୍ଟ ୯ରେ AICC ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଏବଂ ପତାକା ଉତ୍ତୋଳନ କରିଥିଲେ; ପରେ କଂଗ୍ରେସ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାର୍ଯ୍ୟଗୁଡ଼ିକ କେବଳ ଜନସଂଖ୍ୟା ମଧ୍ୟରେ କାରଣ ପାଇଁ ସହାନୁଭୂତି ସୃଷ୍ଟି କରିଥିଲା | ପ୍ରତ୍ୟକ୍ଷ ନେତୃତ୍ୱର ଅଭାବ ସତ୍ତ୍ୱେ ସାରା ଦେଶରେ ବଡ଼ ପ୍ରତିବାଦ ଓ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକମାନେ ବଡ଼ ଦଳରେ ଅନୁପସ୍ଥିତ ରହିଲେ ଏବଂ ଧର୍ମଘଟ ଡକାଗଲା | ସମସ୍ତ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ନୁହେଁ, କେତେକ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା, ସରକାରୀ ଅଟ୍ଟାଳିକାଗୁଡ଼ିକରେ ନିଆଁ ଲାଗିଯାଇଥିଲା, ବିଦ୍ୟୁତ କାଟ କରାଯାଇଥିଲା ଏବଂ ପରିବହନ ଏବଂ ଯୋଗାଯୋଗ ଲାଇନଗୁଡିକ ବିଚ୍ଛିନ୍ନ କରାଯାଇଥିଲା। ବ୍ରିଟିଶମାନେ ଶୀଘ୍ର ବନ୍ଦୋବସ୍ତ ସହିତ ଜବାବ ଦେଇଥିଲେ। ୧୦୦,୦୦୦ରୁ ଅଧିକ ଗିରଫ କରାଯାଇଥିଲା, ବହୁ ଜୋରିମାନା ଆଦାୟ କରାଯାଇଥିଲା ଏବଂ ପ୍ରଦର୍ଶନକାରୀଙ୍କୁ ସର୍ବସାଧାରଣରେ ମାଡ ଦିଆଯାଉଥିଲା । ପୋଲିସ୍ ସେନାଦ୍ୱାରା ଗୁଳି ବିନିମୟରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଅନେକ ଜାତୀୟ ନେତା ଅଣ୍ଡରଗ୍ରାଉଣ୍ଡରେ ଯାଇ ଗୁପ୍ତଚର ରେଡିଓ ଷ୍ଟେସନ ଉପରେ ବାର୍ତ୍ତା ପ୍ରସାରଣ, ପାମ୍ପଲେଟ୍ ବଣ୍ଟନ ଏବଂ ସମାନ୍ତରାଳ ସରକାର ଗଠନ କରି ସେମାନଙ୍କ ସଂଗ୍ରାମ ଜାରି ରଖିଥିଲେ। | ଶହ ଶହ | ai4bharatIndicQA |
କାହାର ଆଦେଶକୁ ଅବମାନନା କରି ଏହି ରାସ୍ତା ପାର୍କ ଭିତରେ ନିର୍ମାଣ ହୋଇଛି? | ଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା । ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ । ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି । ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି । ୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । | ସର୍ବୋଚ୍ଚ ନ୍ୟାୟାଳୟ | ai4bharatIndicQA |
ହନୁମାନ ଆଣିଥିବା ଗଛରୁ ଔଷଧ ଉପଚାର ଦ୍ବାରା କିଏ ଆରୋଗ୍ୟ ଲାଭ ହେଲେ? | ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ । ଇତି ମଧ୍ୟରେ ରାବଣ ଯୁଦ୍ଧ ନିମିତ୍ତ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠାଇଲେ । କୁମ୍ଭକର୍ଣ୍ଣ ମଧ୍ୟ ପ୍ରଥମେ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବାକୁ ବ୍ୟର୍ଥ ପରାମର୍ଶ ଦେଲେ । | ଲକ୍ଷ୍ମଣଙ୍କୁ | ai4bharatIndicQA |
ତାଙ୍କ ଗଳାରେ ରୋଗ ପାଇ କଣ ହୋଇଥିଲା ? | ୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା । କଥା କହିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେ ଲୋକମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍ଚର୍ଚ୍ଚା କରୁଥିଲେ । କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍ବୁଦ୍ଧ କରି ଦେଉଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ‘ମା’ ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । | ଘାଆ | ai4bharatIndicQA |
ଜଲସା ଚଳଚ୍ଚିତ୍ରରେ କେଉଁ ଅଭିନେତା ସ୍ବର ଦେଇଥିଲେ? | ସେହି ବର୍ଷ ତ୍ରିଷାଙ୍କ ସହ ତାଙ୍କର ଏକ ବ୍ୟୟ ବହୁଳ ଚଳଚ୍ଚିତ୍ର ସୈନିକୁଡୁ ମୁକ୍ତିଲାଭ କରିଥିଲା, ମାତ୍ର ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ ବିଫଳ ହୋଇଯାଇଥିଲା । ଏହି ବର୍ଷ ମହେଶଙ୍କର ଚଳଚ୍ଚିତ୍ର ଅତିଦୀ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ମହେଶଙ୍କ ସହ ଅଭିନେତ୍ରୀ ଅମ୍ରିତା ରାଓ ମୁଖ୍ୟ ଭୂମିକାରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ମହେଶଙ୍କର ବଡ଼ଭାଇ ରମେଶ ବାବୁ ପ୍ରଯୋଜନା କରିଥିଲେ । ୨୦୦୮ରେ ଜଲ୍ସା ଚଳଚ୍ଚିତ୍ରରେ ମହେଶ ବାବୁ ସ୍ୱର ଦାନ କରିଥିଲେ । ୨୦୦୮ରେ ଅତିଦୀ ମୁକ୍ତିଲାଭ କରିବା ପରେ ମହେଶ ଚଳଚ୍ଚିତ୍ର ଦୁନିଆରୁ ୭ମାସର ବିଶ୍ରାମ ନେଇଥିଲେ ଏବଂ ତା'ର ଦୁଇମାସ ପରେ ସେ କଲେଜା ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । କିନ୍ତୁ କିଛି ଅସୁବିଧା ପାଇଁ ସେହି ବିଶ୍ରାମ ଦୁର୍ଭାଗ୍ୟ ବଶତଃ ୨ବର୍ଷଯାଏ ବଢ଼ିଗଲା । ଏହି ସମୟରେ ମହେଶଙ୍କର ଜେଜେମା ଏବଂ ପତ୍ନୀ ନମ୍ରତାର ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ସବୁ କାରଣ ପାଇଁ ମହେଶଙ୍କ ପିତା କ୍ରୀଷ୍ଣା, ମହେଶଙ୍କର ଆଗାମୀ ଚଳଚ୍ଚିତ୍ର ଜୀବନ ବିଷୟରେ ବହୁତ ଚିନ୍ତିତ ହୋଇଯାଇଥିଲେ । | ମହେଶ ବାବୁ | ai4bharatIndicQA |
କେତେ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ ? | ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ । . ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘Grandmother's Tale’ । ସେ ପ୍ରତିଦିନ ସଂଧ୍ୟାରେ 'The Hindu'ର ପ୍ରକାଶକ ନେ. ରାମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ ଏନ୍. ରାମଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ରେ ରଖାଯାଇଥିଲା । | ୧୯୯୪ | ai4bharatIndicQA |
କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ୱାରା କେଉଁ ଧର୍ମ ପ୍ରତିଷ୍ଠିତ ନୁହେଁ ? | ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବେସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । | ହିନ୍ଦୁଧର୍ମ | ai4bharatIndicQA |
କାହାର ମିଳନ ସ୍ଥଳରେ ସିନ୍ଧୁ ନଦୀ ଉତ୍ପନ୍ନ ହୋଇଛି ? | ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ (କୈଳାସ ପର୍ବତର ଗାଂଗ୍ ରିମ୍ପୋଶେ) ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍ଗିଟ୍ ସହିତ ମିଳିତ ହୋଇଛି । ଶ୍ୟୋକ୍, ଶିଗର୍ ଓ ଗିଲିଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ । ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି । | ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର | ai4bharatIndicQA |
ଜଞ୍ଜିର୍ ଚଳଚ୍ଚିତ୍ରର କିଏ ନିର୍ଦ୍ଦେଶନା ଦେଇଥିଲେ? | ନିର୍ଦ୍ଦେଶକ ପ୍ରକାଶ ମେହରା ତାଙ୍କ ଜଞ୍ଜିର୍ (୧୯୭୩) ଚଳଚ୍ଚିତ୍ରର ମୁଖ୍ୟନାୟକର ଚରିତ୍ରରେ ଅଭିନୟ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ଇନ୍ସ୍ପେକ୍ଟର୍ ବିଜୟ ଖନ୍ନା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ଚଳଚ୍ଚିତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିପରୀତ ଥିଲା । ଏଥିରେ ଅଭିନୟ ପରେ ଅମିତାଭ ଏକ ନୂତନ ବ୍ୟକ୍ତିତ୍ୱ — ବଲିଉଡ୍ର ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଭାବେ ପରିଚିତି ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟ ଫିଲ୍ମ୍ଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନୟ ଭାବେ ମନୋନୀତ ହୋଇଥିଲା । ସେ ସମୟରେ ଏହି ଚଳଚ୍ଚିତ୍ରଟି ଖୁବ୍ ସଫଳତା ଲାଭ କରିଥିଲା ଏବଂ ସେ ବର୍ଷ ଏହାର ଆୟ ସର୍ବାଧିକ (₹୬୦ ନିୟୁତ) ଥିଲା । ଏହି ଚଳଚ୍ଚିତ୍ର ପରେ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଷ୍ଟାର୍ ହୋଇଯାଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବଚ୍ଚନ ବଲିଉଡ୍ର ଜଣେ ଆଗଧାଡ଼ିର କଳାକାର ହୋଇ ରହିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସେ ତାଙ୍କର ପ୍ରଥମ ଫିଲ୍ମ୍ଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୭୩ ମସିହାରେ ସେ ଜୟା ଭାଦୁରିଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଓ ଜୟା ଏକାଠି ଅଭିନୟ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ମୁକ୍ତିଲାଭ କରିଥିବା ଅଭିମାନ୍ ଚଳଚ୍ଚିତ୍ରରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ । | ପ୍ରକାଶ ମେହରା | ai4bharatIndicQA |
ଦୋକୁଡ଼ୁ ଚଳଚ୍ଚିତ୍ରରେ ମହେଶ ବାବୁଙ୍କ ସହ ପ୍ରଥମ ଥର ପାଇଁ କିଏ ଅଭିନୟ କରିଥିଲେ ? | ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ଗୁଡ୍ ବାଏ ଲେନିନ୍ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ଶ୍ରୀନୁ ଭାଇତ୍ଲା ମହେଶ ବାବୁଙ୍କୁ ନେଇ ନିର୍ମାଣ କରିଥିଲେ ଦୋକୁଡ଼ୁ । ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କ ସହ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ସାମନ୍ତା । ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କଠାରୁ ଭଲ ମତ ପାଇଥିଲା ଏବଂ ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କର ଅଭିନୟ ପାଇଁ ତାଙ୍କୁ ୨୦୧୨ରେ ଅନୁଷ୍ଠିତ ନନ୍ଦି ପରୁଷ୍କାର ଉତ୍ସବର ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ମଧ୍ୟ ୫୯ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର୍ ଏବଂ ପ୍ରଥମ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ଚଳଚ୍ଚିତ୍ରଟିର ଆୟ ୧୦୦ କୋଟିରୁ ଅଧିକ ହେବା ପରେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ୧୨ଲକ୍ଷରୁ ଅଧିକ ଦାବି କରୁଥିବାର ଅପପ୍ରଚାର ହେବା ପରେ ଆୟକର ବିଭାଗର ଅଧିକାରୀଗଣ ମହେଶ ବାବୁଙ୍କର ଜୁବ୍ଲି ହିଲ୍ସ ଘର ଉପରେ ଚଢ଼ାଉ କରିଥିଲେ । ପରେ ପରେ ପୁରି ଜଗନ୍ନାଧଙ୍କ ନିର୍ଦ୍ଦେଶିତ ବିଜିନେସମ୍ୟାନ ଚଳଚ୍ଚିତ୍ରରେ ମାଫିଆମାନଙ୍କର ସର୍ଦ୍ଦାର ଭାବେ ନାୟିକା କାଜଲ ଅଗ୍ରୱାଲଙ୍କ ସହ ଅଭିନୟ କରିଥିଲେ । | ମହେଶ ବାବୁ | ai4bharatIndicQA |
ସେତେବେଳେ କେଉଁ ସହରରେ ବାଳିକାଙ୍କ ପାଇଁ ଭଲ ସ୍କୁଲ ନଥିଲା ? | ସରୋଜିନୀଙ୍କ ପିତା ଅଘୋରନାଥ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜ୍ର ଅଧ୍ୟକ୍ଷ ଥିଲେ। ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ। ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରେଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ସରୋଜିନୀ କବିତା ଲେଖିବାକୁ ଅଧିକ ପସନ୍ଦ କରୁଥିଲେ। ସେହି ସମୟରେ ହାଇଦ୍ରାବାଦରେ ଝିଅମାନଙ୍କ ପାଇଁ ଭଲ ହାଇସ୍କୁଲ ନଥିଲା। ତେଣୁ ଶିକ୍ଷା ପାଇଁ ତାଙ୍କୁ ମାଡ୍ରାସ ଯିବାକୁ ପଡ଼ିଥିଲା। ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । | ହାଇଦ୍ରାବାଦରେ | ai4bharatIndicQA |
କେଉଁ ଦେଶ ବିପକ୍ଷରେ ଦ୍ୱିତୀୟ ଥର ଦୁଇ ଶହ ସ୍କୋର କରିଛନ୍ତି? | ସାଙ୍ଗାକାରା ୨୦୦୦ମସିହାରେ ଏକ ତ୍ରିରାଷ୍ଟ୍ରିୟ ସିରିଜରେ ପାକିସ୍ତାନ ବିରୁଦ୍ଧରେ ଦିନିକିଆ କ୍ରିକେଟରେ ପ୍ରବେଶ କରି ୩୫ରନ କରିଥିଲେ ଏବଂ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୮୫ରନ କରି ପ୍ରଥମ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେହି ସିରିଜରେ ସାଙ୍ଗା ୧୯୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ଏବଂ ଭବିଷ୍ୟତରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ସିରିଜରେ ତାଙ୍କର ସ୍ଥାନ ପକ୍କା କରିଥିଲେ । ୨୦୦୦ ମସିହା ଜୁଲାଇ ୨୦ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସାଙ୍ଗାକାରା ୨୨ବର୍ଷ ବୟସରେ ୱିକେଟ ରକ୍ଷକ ଭାବରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜରିଆରେ ଟେଷ୍ଟ କ୍ରିକେଟ ଦୁନିଆରେ ପ୍ରବେଶ କରିଥିଲେ । ଟେଷ୍ଟ କ୍ରିକେଟର ପ୍ରଥମ ମ୍ୟାଚରେ ସାଙ୍ଗା ମାତ୍ର ୨୫ କରିବାରେ ସକ୍ଷମ ହୋଇଥିଲେ, ହେଲେ ଶ୍ରୀଲଙ୍କା ସେହି ମ୍ୟାଚଟି ଜିତିଥିଲା । ସାଙ୍ଗା ପ୍ରଥମକରି ଶତକ ହାସଲ କରିବା ଆଗରୁ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିରୁଦ୍ଧ ମ୍ୟାଚରେ ୯୦ରନ କରି ଆଉଟ ହୋଇଯାଇଥିଲେ । ୨୦୦୧ ମସିହା ଅଗଷ୍ଟ ମାସରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିବାବେଳେ ପ୍ରଥମ ଟେଷ୍ଟରେ ସାଙ୍ଗା ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ । ସେହି ମ୍ୟାଚରେ ତାଙ୍କର ଅପରାଜିତ ୧୦୫ ବଳରେ ଶ୍ରୀଲଙ୍କା ୧୦ୱିକେଟରେ ମ୍ୟାଚଟି ଜିତିଥିଲା । ଦ୍ୱିତୀୟ ଏସିଆ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ସାଙ୍ଗା ପାକିସ୍ତାନ ବିରୁଦ୍ଧରେ ତାଙ୍କର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ । | ପାକିସ୍ତାନ | ai4bharatIndicQA |
ଭାରତୀୟ ସ୍ଥାପତ୍ୟ ଇତିହାସରେ କ'ଣ ଏକ ଗୌରବମୟ ସମୟ ? | ଚାଲୁକ୍ୟ ସ୍ଥାପତ୍ୟ ଶୈଳୀ ପ୍ରାୟ ଖ୍ରୀ. ୪୫୦ରେ ଆଇହୋଳେରେ ଆରମ୍ଭ ହେଲା । ପରବର୍ତ୍ତୀ ସମୟର ବାଦାମୀ ଓ ପଟ୍ଟାଡକାଲ୍ ମନ୍ଦିରରେ ଏହାର ଅଧିକ ଉନ୍ନତ ରୂପ ଦେଖାହେଲା । ଭାରତୀୟ ସ୍ଥାପତ୍ୟକଳାର ଇତିହାସରେ ବାଦାମୀ ଚାଲୁକ୍ୟ ଯୁଗ ଏକ ଗୌରବମୟ ସମୟ । କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲାର ବାଦାମୀ (ପୁରାତନ ନାମ ବାତାପି) ଦୁଇଟି ପାହାଡ଼ ମଧ୍ୟରେ ଅବସ୍ଥିତ ଓ ଏହା ଚାଲୁକ୍ୟମାନଙ୍କର ରାଜଧାନୀ ଥିଲା । ଖ୍ରୀ. ୫୦୦ରୁ ୭୫୭ ମଧ୍ୟରେ ବାଦାମୀ ଚାଲୁକ୍ୟମାନେ ମାଳପ୍ରଭା ନଦୀକୂଳରେ ଗୁମ୍ଫାମନ୍ଦିର ନିର୍ମାଣ ଓ ସ୍ଥାପତ୍ୟକଳାରେ ଉତ୍କର୍ଷତା ଲାଭ କରିଥିଲେ । ଆଇହୋଳେ, ପଟ୍ଟାଡକାଲ୍ ଓ ବାଦାମୀରେ ଏହି ଶୈଳୀର ଗୁମ୍ଫାମନ୍ଦିର ଦେଖିବାକୁ ମିଳେ । କାଡ଼ାଗି ପାହାଡ଼ର ବାଦାମୀ ରଙ୍ଗର ବାଲୁଆ ପଥରକୁ କାଟି ଏହି ସବୁ ଗୁମ୍ଫାମନ୍ଦିର ନିର୍ମିତ ହୋଇଥିଲା । ବାଦାମୀରେ ଚାଲୁକ୍ୟମାନଙ୍କ ଉତ୍କୃଷ୍ଟ ଗୁମ୍ଫାମନ୍ଦିର ସ୍ଥାପତ୍ୟର ନିଦର୍ଶନ ମିଳେ । ଆଇହୋଳେରେ ଭାରତୀୟ ମନ୍ଦିର ସ୍ଥାପତ୍ୟର ବାଲ୍ୟରୂପ ଦେଖିବାକୁ ମିଳେ । ଏହି ଗ୍ରାମରେ ପ୍ରାୟ ୧୫୦ଟି ମନ୍ଦିର ଇତସ୍ତତଃ ହୋଇ ରହିଛି ଓ ଲାଦ୍ ଖାନ୍ ମନ୍ଦିର ସବୁଠାରୁ ପୁରାତନ । ଦୁର୍ଗା ମନ୍ଦିରଟି ଗଠନାତ୍ମକ ଶୈଳୀରେ ବହୁତ ଅଲଗା ପ୍ରକାରର । ହୁଚିମାଳିର ମନ୍ଦିରରେ ବିଷ୍ଣୁ ଏକ ନାଗ ଉପରେ ଉପବିଷ୍ଟ । ରାୱଲଫଡ଼ି ଗୁମ୍ଫା ମନ୍ଦିରରେ ଶିବଙ୍କର ଅନେକ ରୂପ ଚିତ୍ରିତ ହୋଇଛି । ଅନ୍ୟ ପ୍ରସିଦ୍ଧ ମନ୍ଦିର ମଧ୍ୟରେ କୋନ୍ଥି ମନ୍ଦିର ଓ ମେଗୁଟି ଜୈନ ମନ୍ଦିର ଉଲ୍ଲେଖନୀୟ । | ବାଦାମୀ ଚାଲୁକ୍ୟ ଯୁଗ | ai4bharatIndicQA |
ସରୋଗେଟ ମହିଳାମାନେ କାହା ପ୍ରତି ଆଗ୍ରହ ରଖି ପାରିବେ ନାହି ? | ଦୁଇ ପ୍ରକାର ସରୋଗାସି କରାଯାଇପାରେ ଯଥା:- ପରମ୍ପରାଗତ ଓ ଗର୍ଭଗତ । ପରମ୍ପରା ସରୋଗାସିରେ ମହିଳା ନିଜ ଅଣ୍ଡା ବ୍ୟବହାର କରି ଅନ୍ୟ ଦମ୍ପତ୍ତି ନିମନ୍ତେ ଗର୍ଭଧାରଣ କରେ । ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କର ଅଫିସରେ ଆଇୟୁଆଇ ସାହାଯ୍ୟରେ କରାଯାଏ । ଏହି ଉପାୟରେ ସରୋଗେଟର ଶିଶୁ ସହିତ ଜେନେଟିକ ସମ୍ପର୍କ ରହେ । ବିଧି ମୁତାବକ ଉକ୍ତ ଶିଶୁ ଉପରେ ସରୋଗେଟ କୌଣସି ସ୍ୱାର୍ଥ ରଖିପାରିବନି । ଅନ୍ୟ ପକ୍ଷରେ ଜେସ୍ଟେସନାଲ ବା ଗର୍ଭଗତ ସରୋଗାସିରେ ଦାତାର ଅଣ୍ଡା ଶରୀର ବାହାରେ ନିଷିକ୍ତ କରାଯାଏ ଓ ଉକ୍ତ ଭୃଣକୁ ଜରାୟୁ ମଧ୍ୟରେ ସ୍ଥାପନ କରାଯାଏ । ଏପରି ମହିଳାଙ୍କୁ ଗର୍ଭବାହକ କୁହାଯାଏ । ଶିଶୁ ସାଥିରେ ଗର୍ଭାଧାନ କରିଥିବା ମହିଳାର ଜେନେଟିକ ସମ୍ପର୍କ ନଥିବାରୁ ବିଧି ସୋପାନ ଅଧିକ ସରଳ ହୁଏ । | ଶିଶୁ ଉପରେ | ai4bharatIndicQA |
ପ୍ରବାସୀମାନଙ୍କ ଆଗମନ କେଉଁମାନଙ୍କୁ ଭୟଭୀତ କରିଥିଲା ? | ୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର କଲିକତାକୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ। ବାଲା ସାହେବ ଠାକରେଙ୍କଦ୍ୱାରା ଶିବସେନା ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଥିଲା। ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କଦ୍ୱାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କଦ୍ୱାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। | ସ୍ଥାନୀୟ ମରାଠୀମାନଙ୍କ | ai4bharatIndicQA |
ପ୍ରିକ୍ଲମ୍ପସିଆ କ’ଣ ଆଶଙ୍କା ଦ୍ୱିଗୁଣିତ କରିଥାଏ ? | ସମୁଦାୟ ଗର୍ଭାବସ୍ଥାର ୮ରୁ ୧୦ % ମହିଳାଙ୍କର ଉଚ୍ଚ ରକ୍ତଚାପ ହୁଏ । ଅଧିକାଂଶ ମହିଳାଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଥାଏ, କିନ୍ତୁ ଏହା ଗର୍ଭାବସ୍ଥାର ଦ୍ୱିତୀୟାର୍ଦ୍ଧରେ ପ୍ରିଏକ୍ଲାମ୍ପସିଆ (Pre-eclampsia) ନାମକ ଏକ ସାଂଘାତିକ ରୋଗର ପ୍ରଥମ ଲକ୍ଷଣ ରୁପେ ଦେଖାଯାଏ । ଏହି ପ୍ରିଏକ୍ଲାମ୍ପସିଆ ରୋଗରେ ଉଚ୍ଚ ରକ୍ତଚାପ ସହ ପରିସ୍ରାରେ ପ୍ରୋଟିନ ପଡେ । ଏହି ରୋଗ ସମୁଦାୟ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫ % ମହିଳାଙ୍କର ହୁଏ ଓ ସମୁଦାୟ ମାତୃମୃତ୍ୟୁର କାରଣ ରୁପେ ୧୬ % ମହିଳାଙ୍କର ହୁଏ । ପ୍ରିଏକ୍ଲାମ୍ପସିଆ ମାତୃ ମୃତ୍ୟୁ ସଙ୍କଟକୁ ଦ୍ୱିଗୁଣିତ କରେ । ପ୍ରିଏକ୍ଲାମ୍ପସିଆ ରୋଗର କୌଣସି ପୂର୍ବ ଲକ୍ଷଣ ନାହିଁ, ଏହା ନିୟମିତ ଗର୍ଭାବସ୍ଥା ପରୀକ୍ଷା ବେଳେ ଧରାପଡେ । | ମାତୃ ମୃତ୍ୟୁ ସଙ୍କଟକୁ | ai4bharatIndicQA |
ଫୃଟି ମା’ କ’ଣ ହୋଇଛନ୍ତି ବୋଲି ଫୃଟି ଭାବୁଥିଲେ? | ଧାରାବାହିକର ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟତଃ ସବୁ ଚରିତ୍ରରେ ଫୃଟି ସହ ଯୋଡ଼ିହୋଇଥିଲା । ତନ୍ଭି ହୋଗ୍ଡ଼େ ଫୃଟି ଭୂମିକାରେ ଅଭିନୟ କରିଥିଲେ । ମାଆ ମୃତ୍ୟୁବରଣ କରିବା ପରେ ତା'ର ବାପା ରୁବୀକୁ ବିବାହ କରିବାକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲା । ଏପରିକି ଘରେ କୌଣସି ଜିନିଷ କିଛି ଏପଟସେପଟ ହେଲେ ସେମାନେ ଫୃଟିକୁ ଦୋଷ ଦୋଷ ହେଉଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା । ତା'କୁ ସର୍ବଦା ଲାଗୁଥିଲା କି ତା'ର ମାଆ ତାରା ହୋଇ ସେଇ ତାରକାପୁଞ୍ଜଙ୍କ ମେଳରେ ରହିଯାଇଛି । ଫୃଟି ସବୁବେଳେ ସମସ୍ତଙ୍କର ଭଲ ଚିନ୍ତାକରେ । ଫୃଟି ସୋନପରୀର ଜୀବନ ବଞ୍ଚେଇବା ପରେ ତା' ସହ ବନ୍ଧୁତା ସ୍ଥାପନ କଲା । ଫୃଟିକୁ ସର୍ବଦା ସାହାଯ୍ୟ କରିବାକୁ ସୋନପରୀ ଆସୁଥିଲା । ଫୃଟିର ସବୁ କାର୍ଯ୍ୟରେ ସେମାନେ ଫୃଟିକୁ ସାହାଯ୍ୟ କରୁଥିଲେ । ରୁବୀର ସମସ୍ତ ମନ୍ଦ ଉଦେଶ୍ୟ ବିଷୟରେ ସେମାନେ ସବୁକିଛି ଜାଣିପାରି ଫୃଟିକୁ ତା' ବିଷୟରେ ଜଣାଇଥିଲେ । ସୋନପରୀ ବିଭିନ୍ନ ଅସୁବିଧାରେ ପଡ଼ିଥିବା ବେଳେ ତାକୁ ଫୃଟି ମଧ୍ୟ ସାହାଯ୍ୟ କରୁଥିଲା । ବୈଜ୍ଞାନିକ ଜୋସଲ୍କରର ବିଭିନ୍ନ ସଇତାନିକ ମନ୍ଦ ଚକ୍ରାନ୍ତରୁ ସେ ସୋନପରୀକୁ ଉଦ୍ଧାର କରୁଥିଲା । ଏକଦା ସୋନପରୀକୁ ଜଙ୍ଗୋବାବା କଣ୍ଢେଇ କରିଦେଇଥିଲା । | ତାରା | ai4bharatIndicQA |
ଚୁମ୍ବକ ପଥର ମନ୍ଦିରର କେଉଁଠି ଥିଲା ? | ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢେଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । | ଦଧିନଉତି ବା ମନ୍ଦିର ଚୂଡ଼ାରେ | ai4bharatIndicQA |
କେଉଁ ବର୍ଷରେ ଆରଏସଏସ ନେତାମାନେ ସମସ୍ତ କାର୍ଯ୍ୟକଳାପରୁ ଦୂରେଇ ରହିଥିଲେ? | "ବକ୍ତାମାନେ ସଂଗଠନର ସଦସ୍ୟମାନଙ୍କୁ କଂଗ୍ରେସ ଆନ୍ଦୋଳନରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ ଏବଂ ଏହି ନିର୍ଦ୍ଦେଶନାମା ସାଧାରଣତ observed ପାଳନ କରାଯାଇଥିଲା"। ସେହି ସମୟରେ RSS ମୁଣ୍ଡ (ସରସଙ୍ଗଚାଲକ), ଏମ.ଏସ. ଗୋଲୱାଲକର ପରେ କହିଥିଲେ ଯେ ଆରଏସଏସ ଭାରତ ଛାଡିବା ଆନ୍ଦୋଳନକୁ ସମର୍ଥନ କରୁନାହିଁ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏପରି ଏକ ଅଣ-ସାଧାରଣ ମନୋଭାବ ମଧ୍ୟ ସାଧାରଣ ଭାରତୀୟ ଜନସାଧାରଣ ତଥା ସଂଗଠନର କିଛି ସଦସ୍ୟଙ୍କଦ୍ୱାରା ଅବିଶ୍ୱାସ ଏବଂ କ୍ରୋଧରେ ଦେଖାଯାଉଥିଲା। ଗୋଲୱାଲକରଙ୍କ ଶବ୍ଦରେ,“୧୯୪୨ ମସିହାରେ ମଧ୍ୟ ଅନେକଙ୍କ ହୃଦୟରେ ଏକ ଦୃଢ଼ ଭାବନା ରହିଥିଲା। ସେହି ସମୟରେ ମଧ୍ୟ ସଂଗଠନର ନିତିଦିନିଆ କାର୍ଯ୍ୟ ଜାରି ରହିଲା। ସଙ୍ଗେ ସଙ୍ଗେ କିଛି ନକରିବାକୁ ନିଷ୍ପତ୍ତି ନେଇଥିଲେ। 'ସଂଘ' ହେଉଛି ନିଷ୍କ୍ରିୟ ଲୋକମାନଙ୍କର ସଂଗଠନ, ସେମାନଙ୍କର କଥାବାର୍ତ୍ତାର କୌଣସି ପଦାର୍ଥ ନାହିଁ’ କେବଳ ମତ କେବଳ ବାହାର ଲୋକ ନୁହଁନ୍ତି ଆମର ନିଜସ୍ୱ ସ୍ୱୟଂ ସେବକ ମଧ୍ୟ କହିଛନ୍ତି। " ବ୍ରିଟିଶ ସରକାର ଦର୍ଶାଇଛନ୍ତି ଯେ ଆରଏସଏସ ସେମାନଙ୍କ ବିରୁଦ୍ଧରେ କୌଣସି ନାଗରିକ ଅବମାନନାକୁ ଆଦୋୖ ସମର୍ଥନ କରୁନାହିଁ ଏବଂ ସେମାନଙ୍କର ଅନ୍ୟାନ୍ୟ ରାଜନୈତିକ କାର୍ଯ୍ୟକଳାପକୁ ଅଣଦେଖା କରାଯାଇପାରେ। ଗୃହ ବିଭାଗ ଏହାଦ୍ୱାରା ଆରଏସଏସ କରିଥିଲା। ବ୍ରିଟିଶ ଭାରତରେ ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରେ ନାହିଁ। ବମ୍ବେ ସରକାର ରିପୋର୍ଟ କରିଛନ୍ତି ଯେ ଆରଏସଏସ କୌଣସି ପ୍ରକାରେ ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ନାହିଁ। | ୧୯୪୨ ମସିହାରେ | ai4bharatIndicQA |
ସିନ୍ଧୁ ନଦୀରେ କେଉଁ ଡ୍ୟାମ ନିର୍ମିତ ହୋଇଛି ? | ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ (କୈଳାସ ପର୍ବତର ଗାଂଗ୍ ରିମ୍ପୋଶେ) ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍ଗିଟ୍ ସହିତ ମିଳିତ ହୋଇଛି । ଶ୍ୟୋକ୍, ଶିଗର୍ ଓ ଗିଲିଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ । ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି । | ତର୍ବେଲା | ai4bharatIndicQA |
କେଉଁ ଗବେଷକ ବୌଦ୍ଧ ଗୁମ୍ପାରେ ହିନ୍ଦୁ ମୂର୍ତ୍ତି ଅଛି ବୋଲି ମତ ଦେଇଥିଲେ? | ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା । | ।ଜେମ୍ସ୍ ହାର୍ଲେ | ai4bharatIndicQA |
ମନ ସିଂହଙ୍କ ନାତି କିଏ? | ତାଜ ମହଲ ଶବ୍ଦ ମମତାଜ ମହଲ ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ । ଶାହଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ଶାହଜାହାନଙ୍କୁ ଏ କଥା ଜଣାଇଲେ । ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ଶାହଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ: ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ଶାହଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। କୁହାଯାଏ ମମତାଜଙ୍କ ମୃତ୍ୟୁପରେ ବିଳାସୀ ଶାହଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ଅନ୍ତର୍ପ୍ରେରଣା। ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ। ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। | ଜୟସିଂହ | ai4bharatIndicQA |
ନାରାୟଣ ୧୯୪୦ ମସିହାରେ କ’ଣ କାମ କରୁଥିଲେ ? | ୧୯୩୯ ମସିହାରେ ତାଙ୍କ ପତ୍ନୀଙ୍କୁ ଆନ୍ତ୍ରିକ ଜ୍ୱର ହେବାରୁ ସେ ସେଥିରେ ମୃତ୍ୟୁ ବରଣ କରିଥିଲେ । ସେତେବେଳକୁ ତାଙ୍କ ଝିଅ ହେମାକୁ ୩ ବର୍ଷ ହୋଇଥିଲା । ସେତେବେଳକୁ ସେ ତିନୋଟି ବହି ଲେଖି ସାରିଥିଲେ । ଲେଖାରେ କ୍ଲାନ୍ତ ହୋଇ ସେ ତାଙ୍କ ଦାଦାଙ୍କ ସହଯୋଗରେ ଜଣେ କାର ସେଲ୍ସମାନ ଭାବେ ୧୯୪୦ ମସିହାରେ କାର୍ଯ୍ୟକଲେ । ସେଥିରେ ସେ ବେଶିଦିନ ରହିପାରିଲେ ନାହିଁ । | କାର ସେଲ୍ସମାନ ଭାବେ | ai4bharatIndicQA |
ଶ୍ରୀ ରାମକୃଷ୍ଣଙ୍କ ଶରୀରରେ କ’ଣ ଥିଲା? | ୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା । କଥା କହିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେ ଲୋକମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍ଚର୍ଚ୍ଚା କରୁଥିଲେ । କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍ବୁଦ୍ଧ କରି ଦେଉଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ‘ମା’ ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । | କଠିନ ରୋଗ | ai4bharatIndicQA |
ସେ ଭାରତୀୟ ସେନା ପାଇଁ ପ୍ରଥମେ କେଉଁ ଡିଜାଇନ୍ ପ୍ରସ୍ତୁତ କରିଥିଲେ? | ସେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। | କ୍ଷୁଦ୍ର ହେଲିକପ୍ଟର | ai4bharatIndicQA |
ଏହା ବର୍ତ୍ତମାନ ପାଚେରୀ ଏବଂ ଦୁଇଟି ମହଲା ପ୍ରାଙ୍ଗଣ ସହିତ କେତୋଟି ଗେଟୱେରେ ରୂପାନ୍ତରିତ ହୋଇଛି ? | ସ୍ୱର୍ଣ୍ଣମନ୍ଦିର ପରିସର ଖୋଲା ଥିଲା ଓ ଏହା ମଧ୍ୟରେ ଅଗଣିତ ଗଛ ଜଳାଶୟ ଚାରିପାର୍ଶ୍ୱରେ ଥିଲା। ଏହା ବର୍ତ୍ତମାନ ପାଚେରି ଓ ଦୁଇ ମହଲା ଅଗଣା ସହିତ ୪ଟି ପ୍ରବେଶ ଦ୍ୱାରରେ ପରିବର୍ତିତ, ଯାହା କୋଳି ଗଛ (ଯୁଜୁବେ)ର ରକ୍ଷା କରିଥାଏ। ଏହା ମଧ୍ୟରୁ ଗୋଟିଏ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାର ଦକ୍ଷିଣ ପାଶ୍ୱର୍ରେ ଅଛି, ଯାହାକୁ ବେର ବାବା ବୁଦ୍ଧ କୁହାଯାଏ । ଏହା ଶୀଖ ସମୁଦାୟରେ ବିଶ୍ୱାସ କର ଯାଇଥାଏ କି ବାବା ବୁଦ୍ଧ ଏହିଠାରେ ବସି ଜଳାଶୟ ଓ ମନ୍ଦିରର ନିର୍ମାଣ କାର୍ରୟ ନିରୀକ୍ଷଣ କରିଥିଲେ। । ଦୁତୀୟ ଗଛ ଯାହାକୁ ଲାଚି ବେର କୁହାଯାଏ, ବିଶ୍ୱାସ କରାଯାଏ କି ଏହା ତଳେ ଗୁରୁ ଅର୍ଜନ ମନ୍ଦିର ନିର୍ମାଣ ସମୟରେ ବିଶ୍ରାମ କରିଥିଲେ। ତୃତୀୟ ଗଛକୁ ଦୁଃଖ ଭଞ୍ଜନୀ ବେର କୁହାଯାଏ, ଯାହା ଜଳାଶୟର ଓ ପବିତ୍ର ସ୍ଥାନର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ। ଏହା ମାନ୍ୟତା ଅଛି କି ଏଠାରେ ଏକ ଶୀଖ ଜଳାଶୟରେ ସ୍ନାନ କରି କୁଷ୍ଠତାରୁ ମୁକ୍ତି ପାଇଥିଲା, ଏହାକୁ କଷ୍ଟରୁ ମୁକ୍ତି ଦେବା ଗଛ କୁହାଯାଏ। | ୪ଟି | ai4bharatIndicQA |
ଛାତ ଉପରକୁ ଯାଇ ଫୃଟି କାହାକୁ ଖୋଜୁଥିଲେ? | ଧାରାବାହିକର ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟତଃ ସବୁ ଚରିତ୍ରରେ ଫୃଟି ସହ ଯୋଡ଼ିହୋଇଥିଲା । ତନ୍ଭି ହୋଗ୍ଡ଼େ ଫୃଟି ଭୂମିକାରେ ଅଭିନୟ କରିଥିଲେ । ମାଆ ମୃତ୍ୟୁବରଣ କରିବା ପରେ ତା'ର ବାପା ରୁବୀକୁ ବିବାହ କରିବାକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲା । ଏପରିକି ଘରେ କୌଣସି ଜିନିଷ କିଛି ଏପଟସେପଟ ହେଲେ ସେମାନେ ଫୃଟିକୁ ଦୋଷ ଦୋଷ ହେଉଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା । ତା'କୁ ସର୍ବଦା ଲାଗୁଥିଲା କି ତା'ର ମାଆ ତାରା ହୋଇ ସେଇ ତାରକାପୁଞ୍ଜଙ୍କ ମେଳରେ ରହିଯାଇଛି । ଫୃଟି ସବୁବେଳେ ସମସ୍ତଙ୍କର ଭଲ ଚିନ୍ତାକରେ । ଫୃଟି ସୋନପରୀର ଜୀବନ ବଞ୍ଚେଇବା ପରେ ତା' ସହ ବନ୍ଧୁତା ସ୍ଥାପନ କଲା । ଫୃଟିକୁ ସର୍ବଦା ସାହାଯ୍ୟ କରିବାକୁ ସୋନପରୀ ଆସୁଥିଲା । ଫୃଟିର ସବୁ କାର୍ଯ୍ୟରେ ସେମାନେ ଫୃଟିକୁ ସାହାଯ୍ୟ କରୁଥିଲେ । ରୁବୀର ସମସ୍ତ ମନ୍ଦ ଉଦେଶ୍ୟ ବିଷୟରେ ସେମାନେ ସବୁକିଛି ଜାଣିପାରି ଫୃଟିକୁ ତା' ବିଷୟରେ ଜଣାଇଥିଲେ । ସୋନପରୀ ବିଭିନ୍ନ ଅସୁବିଧାରେ ପଡ଼ିଥିବା ବେଳେ ତାକୁ ଫୃଟି ମଧ୍ୟ ସାହାଯ୍ୟ କରୁଥିଲା । ବୈଜ୍ଞାନିକ ଜୋସଲ୍କରର ବିଭିନ୍ନ ସଇତାନିକ ମନ୍ଦ ଚକ୍ରାନ୍ତରୁ ସେ ସୋନପରୀକୁ ଉଦ୍ଧାର କରୁଥିଲା । ଏକଦା ସୋନପରୀକୁ ଜଙ୍ଗୋବାବା କଣ୍ଢେଇ କରିଦେଇଥିଲା । | ମାଆକୁ | ai4bharatIndicQA |
ହୁମାୟୁନ କେଉଁ ମସିହାରେ ପଞ୍ଜାବକୁ ଜୟ କରିଥିଲେ ? | ଶେର ଶାହ ସୁରୀଙ୍କଦ୍ୱାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ । ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କ ଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାର ଓ କାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ । ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶି ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ । ୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କର ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭ୍ଷିକ୍ତ ହେଲେ । | ୧୫୫୪ | ai4bharatIndicQA |
ଏହି ସହରକୁ କେଉଁ ମାନେ ବ୍ୟବହୃତ କରୁଥିଲେ? | ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା । | ।ମୋଗଲ | ai4bharatIndicQA |
କେତେ ଦଶକରେ ପାର୍କକୁ ନିର୍ବାଚିତ ପ୍ରଶଂସକମାନେ ଭଲ ଭାବରେ ପରିଚାଳନା କରିଥିଲେ ? | ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ଙ୍କ ନାମାନୁସାରେ ରଖାଯାଇଛି । ଏଠାକାର ସ୍ଥାନୀୟ ସରକାରଙ୍କୁ ଏକ ଜାତୀୟ ଉଦ୍ୟାନ ଗଠନ କରିବାକୁ ପ୍ରଭାବିତ କରିପାରିଥିବାରୁ ଓ ଏହାର ସ୍ଥାପନା ସମୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ନାମରେ ନାମିତ କରିବା ପ୍ରଯୁଜ୍ୟ ମନେହୁଏ । ୧୯୩୦ ଦଶନ୍ଧିରେ ନିର୍ବାଚିତ ପ୍ରଶସକଙ୍କ ଅଧୀନରେ ଉଦ୍ୟାନର ସୁପରିଚାଳନା ହୋଇଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଗଛ କାଟିବା ଓ ଅବୈଧ ଶିକାର ବହୁ ମାତ୍ରାରେ ବୃଦ୍ଧି ପାଇଲା । କ୍ରମେ ଅଭୟାରଣ୍ୟର କ୍ଷେତ୍ରଫଳ ବଢ଼ାଇ ଦିଆଯାଇ ୧୯୯୧ ମସିହା ବେଳକୁ ଆଉ ୭୯୭.୭୨ ବର୍ଗ କି.ମି. ଅଭୟାରଣ୍ୟରେ ଯୋଡ଼ା ହୋଇଥିଲା । ୧୯୯୧ ମସିହାରେ ହୋଇଥିବା ଏହି ବୃଦ୍ଧିରେ କାଲାଗଡ଼ ବନଖଣ୍ଡ ଓ ଏହାର ଅନ୍ତର୍ଗତ ସୋନାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ (୩୦୧.୧୮ ବର୍ଗ କି.ମି.) ଏକ ମୁଖ୍ୟ ଅଂଶ ଥିଲା । ପ୍ରାରମ୍ଭିକ ଉଦ୍ୟାନ ଭାବେ ୧୯୭୪ ମସିହାରେ ଏହି ଜାତୀୟ ଉଦ୍ୟାନକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଚୟନ କରାଗଲା । | ୧୯୩୦ ଦଶନ୍ଧିରେ | ai4bharatIndicQA |
ରାଜା ପୁରୁଙ୍କ ପାଖକୁ କିଏ ରାକ୍ଷୀ ପଠେଇ ଥିଲେ ? | ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ । | ଆଲେକଜାଣ୍ଡାରଙ୍କ ପତ୍ନୀ | ai4bharatIndicQA |
ପ୍ରବେଶ ଦ୍ୱାର ପୂର୍ବରେ କେଉଁ ମଣ୍ଡପ ଅଛି ? | ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି। ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ୱିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଅଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଅଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହତି । | ମାଜଣା ମଣ୍ଡପ | ai4bharatIndicQA |
ସୁଭାଷଙ୍କର ପିତା ଜାନକୀ ନାଥ ଜଣେ ବିଶିଷ୍ଟ କ'ଣ ଥିଲେ ? | ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କର ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀଙ୍କର ସୁଭାଷଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି ପଶ୍ଚିମବଙ୍ଗର ଚବିଶ ପ୍ରାଗଣା ଜିଲ୍ଲାରେ । ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ । ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । | ଆଇନଜ୍ଞ | ai4bharatIndicQA |
କେଉଁ ମସିହାରେ 'ସିଲସିଲା' ମୁକ୍ତିଲାଭ କରିଥିଲା ? | ୧୯୭୯ ମସିହାରେ ବଚ୍ଚନ ସୁହାଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ମିଃ ନଟ୍ୱର୍ଲାଲ୍, କାଲା ପତ୍ଥର୍ ଓ ଦ ଗ୍ରେଟ୍ ଗାମ୍ବ୍ଲର୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ମିଃ ନଟ୍ୱର୍ଲାଲ୍ ଚଳଚ୍ଚିତ୍ରରେ ସେ ରେଖାଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କାଲା ପତ୍ଥର୍ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ ରାଜ୍ ଖୋସ୍ଲାଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତାନାରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ସିହ୍ନା ଓ ଜିନତ୍ ଅମନ୍ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଦୋସ୍ତାନା ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ସିଲ୍ସିଲାରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ରାମ୍ ବଲ୍ରାମ୍ (୧୯୮୦), ନସିବ୍ (୧୯୮୧) ଓ ଲାୱାରିସ୍ (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା । ୧୯୮୨ ମସିହାରେ ସେ ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ । | ୧୯୮୧ | ai4bharatIndicQA |
ଏଭରେଷ୍ଟ ଓ କେ-୨ ମଧ୍ୟରେ ମାଳଭୂମିର ସର୍ବନିମ୍ନ ସ୍ଥାନଟି କ’ଣ? | ହିମାଳୟ ବଳୟର ମଝାମଝି ନେପାଳରେ ୮୦୦୦ମି.ରୁ ଅଧିକ ଉଚ୍ଚତା ବିଶିଷ୍ଟ ଅନ୍ନପୂର୍ଣ୍ଣା ଓ ଧୌଲାଗିରି ଶୃଙ୍ଗ ରହିଛନ୍ତି ଓ ଏମାନଙ୍କୁ କାଳୀ ଗଣ୍ଡକୀ ଗଣ୍ଡ ବିଭକ୍ତ କରୁଛି । ଏହି ଗଣ୍ଡ ହିମାଳୟକୁ ଦୁଇ ଭାଗରେ (ପୂର୍ବ ଭାଗ ଓ ପଶ୍ଚିମ ଭାଗ) ବିଭକ୍ତ କରିଥାଏ । କାଳୀ ଗଣ୍ଡକୀର ଉପର ପଟକୁ ଏକ ଗିରିପଥ ରହିଛି ଯାହାର ନାମ “କୋରା ଲା” ଗିରିପଥ । ଏଭେରେଷ୍ଟ୍ ଓ କେ-୨ (କେ-ଟୁ) ମଧ୍ୟବର୍ତ୍ତୀ ଉଚ୍ଚଭୂମିର ସର୍ବନିମ୍ନ ବିନ୍ଦୁଟି ହେଉଛି କୋରା-ଲା ଗିରିପଥ । ଅନ୍ନପୂର୍ଣ୍ଣାର ପୂର୍ବକୁ ୮୦୦୦ମି.ରୁ ଅଧିକ ଉଚ୍ଚତାବିଶିଷ୍ଟ ଶୃଙ୍ଗ ହେଲା “ମନାସ୍ଲୁ” ଓ ତିବ୍ବତର “ଶୀଶାପାଙ୍ଗମା” । ଏହି ଦୁଇ ଶୃଙ୍ଗର ଦକ୍ଷିଣକୁ ନେପାଳର ରାଜଧାନୀ ଓ ହିମାଳୟରେ ଥିବା ନଗରମାନଙ୍କ ମଧ୍ୟରେ ବୃହତ୍ତମ କାଠମାଣ୍ଡୁ ଅବସ୍ଥିତ । କାଠମାଣ୍ଡୁ ଉପତ୍ୟକାର ପୂର୍ବକୁ ତିବ୍ବତରୁ ବାହାରିଥିବା ଭୋତେ ବା ସୁନ୍ କୋଶୀ ନଦୀ ପ୍ରବାହିତ ହେଉଛି ଓ ଏଠାରେ ନେପାଳ-ଚୀନକୁ ସଂଯୋଗ କରୁଥିବା ଆରାନିକୋ ରାଜପଥ (ଚୀନର ଜାତୀୟ ରାଜପଥ - ୩୧୮) ଅବସ୍ଥିତ । | କୋରା-ଲା ଗିରିପଥ | ai4bharatIndicQA |
କେଉଁ ମସିହାରେ କଳ୍ପନା ଦ୍ୱିତୀୟ ଥର ମହାକାଶଯାତ୍ରା ପାଇଁଁ ମନୋନୀତ ହୋଇଥିଲେ? | ୨୦୦୦ ମସିହାରେ ସେ STS-107 ପାଇଁ ମନୋନୀତ ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ଏହି ଯାତ୍ରାରେ ବାଧା ଉପୁଜିଥିଲା । ୨୦୦୨ ମସିହାରେ ସେ ଦ୍ୱିତୀୟ ଥର ମହାକାଶଯାତ୍ରା ପାଇଁଁ ମନୋନୀତ ହୋଇଥିଲେ । ଏଥର ସେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ଯାତ୍ରା କରିଥିଲେ । ମହାକାଶଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ବାହାରିବାରୁ ଏହି ମହାକାଶଯାତ୍ରାରେ ବାରମ୍ବାର ବିଳମ୍ବ ହୋଇଥିଲା । ୨୦୦୨ ମସିହା ଜୁଲାଇ ମାସରେ ଉକ୍ତ ମହାକାଶଯାନଟିର ଇଞ୍ଜିନ୍ରେ ଏକ ଫାଟ ମଧ୍ୟ ଆବିଷ୍କାର କରାଯାଇଥିଲା । ଶେଷରେ ୨୦୦୩ ମସିହା ଜାନୁୟାରୀ ମାସ ୧୬ ତାରିଖରେ କଳ୍ପନା କଲମ୍ବିଆ ମହାକାଶଯାନ (Space Shuttle Columbia)ରେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ମହାକାଶକୁ ଯାତ୍ରା କରିଥିଲେ । | ୨୦୦୨ ମ | ai4bharatIndicQA |
କେବେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା? | ଉର୍ଦ୍ଧୁ, ତେଲୁଗୁ, ଇଂରାଜୀ, ପାର୍ଶି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ୧୯୧୬ରେ ଜବାହାରଲାଲ ନେହେରୁଙ୍କ ସଂପର୍କରେ ଆସିବାପରେ, ଚମ୍ପାରନ୍ ଆନେ୍ଦାଳନରେ ସାମିଲ ହୋଇଥିଲେ । ୧୯୧୯ ଜୁଲାଇରେ ନାଇଡୁ ହୋମରୁଲ ଲିଗର ଇଂଲଣ୍ଡ ଦୂତଭାବେ ଅବସ୍ଥାପିତ ହେଲେ । ୧୯୨୦ରେ ଭାରତ ଫେରିଲେ ଓ ଅଗଷ୍ଟ ୧ରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । | ୧୯୨୦ | ai4bharatIndicQA |
ବାରସହ ବଢେଇଙ୍କୁ କେତେ ବର୍ଷ ର ପିଲା ଦଧିନଊତି କରିବା ଶିଖାଇଲା? | ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢେଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । | ବାରବର୍ଷର | ai4bharatIndicQA |
ସେ କେଉଁ କଲେଜ ରେ ନାମ ଲେଖିଥିଲେ? | ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତି ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ । | ରେଭେନ୍ସା କଲେଜିଏଟ | ai4bharatIndicQA |
ଆଳୁ କୁ କିଏ ଭାରତ ଆଣିଥିଲେ ? | ଭାରତୀୟ ଭୋଜନ ରେ ଭାରତୀୟ ଉପମହାଦ୍ୱୀପର ମୂଳ ନିବାସୀ କ୍ଷେତ୍ରୀୟ ଓ ପାରମ୍ପରିକ ବ୍ୟଞ୍ଜନର ଏକ ବିସ୍ତୃତ ବିବିଧତା ଶାମିଲ ରହିଥାଏ । ମାଟିର ପ୍ରକାର, ଜଳବାୟୁ, ସଂସ୍କୃତି, ଜାତୀୟ ସମୂହ ଏବଂ ବ୍ୟବସାୟରେ ବିବିଧତାର ସୀମାକୁ ଦେଖି ଏହି ବ୍ୟଞ୍ଜନ ଦୁହେଁ ଦୁହିଁଙ୍କ ଠାରୁ କାଫି ଭିନ୍ନ ହୋଇଥାଏ ଓ ସ୍ଥାନୀୟ ଋପେ ଉପଲବ୍ଧ (ମସଲା), (ଜଡୀ ବୂଟୀ), (ଫଳ) ଓ (ପରିବା) ଆଦିର ଉପଯୋଗ କରାଯାଇଥାଏ । ଭାରତୀୟ ଭୋଜନ ମଧ୍ୟ ଧର୍ମ, ବିଶେଷ ଋପେ ହିନ୍ଦୁ, ସାଂସ୍କୃତିକ ବିକଳ୍ପ ଓ ପରମ୍ପରା ସହିତ ବହୁ ପ୍ରଭାବିତ ହୋଇଥାଏ । ଏହାଛଡା, ମଧ୍ୟ ପୂର୍ବ ଓ ମଧ୍ୟ ଏସିଆର (ମୁଗଲ ସାମ୍ରାଜ୍ୟ)ର ଶାସନ ସମୟରୁ ଇତ୍ତରୀ ଭାରତୀୟ ବ୍ୟଞ୍ଜନ ଉପରେ ପ୍ରଭାବ ପଡିଛି । ଅନ୍ୟ ସମାଜ ସହିତ ଦେଶର ସାଂସ୍କୃତିକ କଥାବାର୍ତ୍ତାର ପରିଣାମ ସ୍ୱରୂପ ଭାରତୀୟ ବ୍ୟଞ୍ଜନ ଏବେ ମଧ୍ୟ ବିକଶିତ ହେବାରେ ଲାଗିଛି । ବିଦେଶୀ ଆକ୍ରମଣ, ବ୍ୟାପାର ସମ୍ବନ୍ଧ ଓ ଉପନିବେଶବାଦ ପରି ଐତିହାସୀକ ଘଟଣା ଆଦି ଦେଶରେ କିଛି ଖାଦ୍ୟ ପଦାର୍ଥକୁ ଆରମ୍ଭ କରିବାର ଭୂମିକା ରହିଛି । ଉଦାହରଣ ଋପେ: ଆଳୁ, ଭାରତର କିଛି କ୍ଷେତ୍ରରେ ଏକ ପ୍ରମୂଖ ଆହାର ଅଟେ । ଏହା ପୂର୍ତ୍ତଗାଳୀଙ୍କ ଦ୍ୱାରାଭାରତକୁ ଅଣାଯାଇ ଥିଲା, ଯେଉଁଥିରେ ଲଙ୍କା ଓ ବ୍ରେଡ ଫୃଟ ମଧ୍ୟ ପରିଚୟ କରାଯାଇ ଥିଲା । ଭାରତୀୟ ବ୍ୟଞ୍ଜନ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର ଇତିହାସକୁ ଆକାର ଦେଇଛି । ମସଲା ବ୍ୟାପାର ଭାରତ ଓ ୟୁରୋପ ମଧ୍ୟରେ ଉତ୍ପତ୍ତୀର ସମୟ ସୀମା ପ୍ରାଥମିକ ଉତ୍ପେରକ ଥିଲା । ଭାରତ ସାଧାରଣତଃ ଖାଦ୍ୟ ଓ ମସଲା ପାଇଁ ବେଶି ପ୍ରସିଦ୍ଧ ଥାଏ । | ପୂର୍ତ୍ତଗାଳୀ | ai4bharatIndicQA |
ଅଙ୍ଗିରା ଅଶ୍ରମ କେଉଁଠାରେ ଅବସ୍ଥିତ ? | ଆଙ୍ଗିରା ଆଶ୍ରମ ବଡ଼ଦେଉଳର ପୂର୍ବଦିଗରେ ଥିବା ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକରେ ଅବସ୍ଥିତ। ସେହି ପୁରାତନ ମଣ୍ଡପଟି ପୋତି ହୋଇ କାଳକ୍ରମେ ଗୋଟିଏ ଛୋଟିଆ ଚାନ୍ଦିନୀ ଆକାରର ହୋଇଯାଇଛି। ଜାଗାଘର କର୍ମକର୍ତ୍ତାମାନେ ବେଳେବେଳେ ଏଠାରେ ବୈଠକ ବସାନ୍ତି। ଏହି ମଣ୍ଡପଟି ବୃକ୍ଷଲତା ପରିବେଷ୍ଟିତ ଅଟେ। ଦୋଳମଣ୍ଡପ ସାହିର ନାମ ଏହି ମଣ୍ଡପର ନାମ ଅନୁଯାୟୀ ହୋଇଛି। ବର୍ତ୍ତମାନ ଦୋଳମଣ୍ଡପ ଶ୍ରୀମନ୍ଦିରର ଅତି ନିକଟରେ ଉତ୍ତର ଦିଗରେ ସୁନ୍ଦର ଭାବେ ନିର୍ମିତ ହୋଇଛି ଓ ସେଠାରେ ଦୋଳ ଉତ୍ସବ ଏବଂ ଅବିର ଉତ୍ସବ ଖେଳ ହେଉଛି। ଆଙ୍ଗିରା ଆଶ୍ରମ ଜହ୍ନିମୁଣ୍ଡିଆ ଛକର ଦୋଳମଣ୍ଡପର ଦକ୍ଷିଣଦିଗରେ ରହିଛି। ବହୁ ପ୍ରାଚୀନ ବର ଅଶ୍ୱତ୍ଥ ବୃକ୍ଷର ଯୁଗଳବନ୍ଦୀରେ କେତୋଟି ଧ୍ୟାନ କକ୍ଷ ଥିଲା। ଏହି ଧ୍ୟାନ କକ୍ଷରେ ବିନା ବାଧା ବିଘ୍ନରେ ବସି ଋଷି ଆଙ୍ଗିରା ଓ ତାଙ୍କ ଶିଷ୍ୟମାନେ ମହାପ୍ରଭୁଙ୍କୁ ଧ୍ୟାନ କରୁଥିଲେ। ବର୍ତ୍ତମାନ ସେହି ବୃକ୍ଷ ମୂଳରେ ନୁଆଁଣିଆ ବଖୁରିଏ ଘର ଏବଂ ଗୋଟିଏ ଛୋଟିଆ ରୋଷେଇଘର ବଡ଼ଛତା ମଠ ତରଫରୁ ତିଆରି କରାଯାଇଛି ଓ ସେଠାରେ ପ୍ରତିଦିନ ଖେଚୁଡ଼ି ଭୋଗ ବ୍ୟବସ୍ଥା କରାଯାଇଛି। ନୁଆଁଣିଆ ଟିଣଛପର ଘରର ଭିତରକୁ ନିରିଖିକି ଦେଖିଲେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା' ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦୃଷ୍ଟି ପଥାରୁଢ଼ ହୁଅନ୍ତି। | ବଡ଼ଦେଉଳର ପୂର୍ବଦିଗରେ ଥିବା ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକରେ | ai4bharatIndicQA |
କାହା କୂଳରେ ସେ ପଞ୍ଚବଟି, ତୁଳସୀକାନନ ଏବଂ ଆସନ ସିଟ୍ ପ୍ରସ୍ତୁତ କରୁଥିଲେ ? | ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ‘ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ । ’ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । | ଗଙ୍ଗାକୂଳରେ | ai4bharatIndicQA |
କାହା ନାମରେ ଏହି ଉଦ୍ୟାନର ନାମକରଣ କରାଯାଇଛି ? | ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ଙ୍କ ନାମାନୁସାରେ ରଖାଯାଇଛି । ଏଠାକାର ସ୍ଥାନୀୟ ସରକାରଙ୍କୁ ଏକ ଜାତୀୟ ଉଦ୍ୟାନ ଗଠନ କରିବାକୁ ପ୍ରଭାବିତ କରିପାରିଥିବାରୁ ଓ ଏହାର ସ୍ଥାପନା ସମୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ନାମରେ ନାମିତ କରିବା ପ୍ରଯୁଜ୍ୟ ମନେହୁଏ । ୧୯୩୦ ଦଶନ୍ଧିରେ ନିର୍ବାଚିତ ପ୍ରଶସକଙ୍କ ଅଧୀନରେ ଉଦ୍ୟାନର ସୁପରିଚାଳନା ହୋଇଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଗଛ କାଟିବା ଓ ଅବୈଧ ଶିକାର ବହୁ ମାତ୍ରାରେ ବୃଦ୍ଧି ପାଇଲା । କ୍ରମେ ଅଭୟାରଣ୍ୟର କ୍ଷେତ୍ରଫଳ ବଢ଼ାଇ ଦିଆଯାଇ ୧୯୯୧ ମସିହା ବେଳକୁ ଆଉ ୭୯୭.୭୨ ବର୍ଗ କି.ମି. ଅଭୟାରଣ୍ୟରେ ଯୋଡ଼ା ହୋଇଥିଲା । ୧୯୯୧ ମସିହାରେ ହୋଇଥିବା ଏହି ବୃଦ୍ଧିରେ କାଲାଗଡ଼ ବନଖଣ୍ଡ ଓ ଏହାର ଅନ୍ତର୍ଗତ ସୋନାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ (୩୦୧.୧୮ ବର୍ଗ କି.ମି.) ଏକ ମୁଖ୍ୟ ଅଂଶ ଥିଲା । ପ୍ରାରମ୍ଭିକ ଉଦ୍ୟାନ ଭାବେ ୧୯୭୪ ମସିହାରେ ଏହି ଜାତୀୟ ଉଦ୍ୟାନକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଚୟନ କରାଗଲା । | ଜିମ୍ କର୍ବେଟ୍ଙ୍କ | ai4bharatIndicQA |
ଏହି ମନ୍ଦିରଟି କେଉଁ ରାଜା ଙ୍କ ଦ୍ବାରା ନିର୍ମିତ ? | କୁର୍ମ ବେଢାର ଉତ୍ତର ପାର୍ଶ୍ୱ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ପୂର୍ବାଭିମୁଖୀ ହୋଇ ବଳୀ ପାତାଳ ମନ୍ଦିର ରହିଛି। ଏହି ମନ୍ଦିରକୁ ଶ୍ରୀପାତାଳେଶ୍ୱର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହା ବେଢାର ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି। ଏହି ମନ୍ଦିରଟି ରାଜା ଅନଙ୍ଗ ଭୀମ ଦେବ ନିର୍ମାଣ କରିଥିଲେ। ଏହି ମନ୍ଦିରଟି କେବଳ ଗର୍ଭ ଗୃହ ବା ବିମାନ ସମ୍ବଳିତ ମନ୍ଦିର ଅଟେ। ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ନିଜ ପାଦରେ ଚାପି ଦେଇଥିବା ବଳୀ ଏଠାରେ ପାତାଳେଶ୍ୱର ନାମରେ ରହିଛନ୍ତି ଓ ନୀଳଚକ୍ର ପତିତପାବନକୁ ଚାହିଁ ଶ୍ରୀବିଷ୍ଣୁଙ୍କ ସାନିଧ୍ୟ ପାଇଛନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ୨୨ ପାହାଚ ତଳକୁ ଗଲେ ୨୦ ଫୁଟ ତଳେ ପାତାଳେଶ୍ୱର ମହାଦେବ ବିଦ୍ୟମାନ ଅଟନ୍ତି। ପୋଖରିଆର ମଧ୍ୟରେ ଅଢ଼େଇ ଫୁଟ୍ ବ୍ୟାସ ବିଶିଷ୍ଟ ଶିବଲିଙ୍ଗ, ଶକ୍ତି ଓ ଶକ୍ତିଙ୍କ ଉପରେ ପାଞ୍ଚଟି ତମ୍ବା ନିର୍ମିତ ସର୍ପ ପୂଜା ପାଉଛନ୍ତି। ଗମ୍ଭୀରାର ପଶ୍ଚିମ କାନ୍ଥକୁ ଲାଗି ୩ ଫୁଟ ଉଚ୍ଚତାର ବଳୀ ମହାରାଜ, ଦେଢ଼ ଫୁଟ୍ ଉଚ୍ଚତାର ଏକ ଭଗ୍ନ ଗଣେଶ ଓ ୨ ଫୁଟ୍ ଉଚ୍ଚତାର କାଳୀୟ ଦଳନ ମୂର୍ତ୍ତି , ଖିଲାଣ ଉପରେ ନବଗ୍ରହ, ରାହୁ ଓ ଶଙ୍କରାଚାର୍ଯ୍ୟ ଆଦିଙ୍କ ମୂର୍ତ୍ତି ଓ ରାମନନ୍ଦୀ ଚିତା ରହିଛି। | ଅନଙ୍ଗ ଭୀମ ଦେବ | ai4bharatIndicQA |
ରୋହିଣୀ କୁଣ୍ଡରେ କିଏ ଆବିର୍ଭାବ ହୋଇଥିଲେ ? | ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ। ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ହିଁ ଲୀନ ହୋଇଯାଏ। ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା। ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଓ ପରବର୍ତ୍ତୀ ସମୟରେ "ଶ୍ରୀ ଜଗନ୍ନାଥ " ନାମରେ ପ୍ରତିଷ୍ଠିତ ହୋଇଛନ୍ତି। କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟସ୍ଥ ପାର୍ଶ୍ୱରେ ଏହି ଦାରୁବ୍ରହ୍ମ ନୀଳମାଧବ ପୂଜା ପାଉଥିଲେ। ଏହି କୁଣ୍ଡରେ ଏକ ତୃଷାର୍ତ୍ତ କାକ ପାଣିରେ ବୁଡି ପ୍ରାଣ ହାରି ମୋକ୍ଷ ଲାଭ କରିଥିଲା। | ଦାରୁବ୍ରହ୍ମ | ai4bharatIndicQA |
କେଉଁ ଝିଅ ମାନ ଙ୍କର ଗର୍ଭାବସ୍ଥାରେ ଜଟିଳ ହେବାର ଆଶଙ୍କା ଅଧିକ ଥାଏ ? | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୟାନ ଅନୁସାରେ ଗର୍ଭାବସ୍ଥା, ପ୍ରସବ, ଓ ପ୍ରସବ ପର କାଳକୁ ମାତୃ ସ୍ୱାସ୍ତ୍ୟ ଅନ୍ତର୍ଭୁକ୍ତ କରାଯାଏ । ମାତୃତ୍ୱ ଲାଭ ଏକ ଯୁକ୍ତାତ୍ମକ ଓ ସମ୍ପୁର୍ଣ୍ଣ ଅନୁଭୁତି ଆଣୁଥିଲେ ମଧ୍ୟ ଅନେକ ମହିଳା ଏହି କାରଣରୁ ଦୁଃଖ, ଖରାପ ସ୍ୱାସ୍ଥ୍ୟ ଓ ସମୟ ବିଶେଷରେ ମୃତ୍ୟୁ ଲାଭ କରନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ (less developed countries) ପ୍ରାୟ ୯୯ % ମାତୃ ମୃତ୍ୟୁ ହୁଏ; ଅଧାରୁ କମ୍ ସଂଖ୍ୟକ ମୃତ୍ୟୁ ସବ-ସାହାରାରେ ହୁଏ ଓ ଏକ ତୃତୀୟାଂଶ ଦକ୍ଷିଣ ଏସିଆରେ ମାତୃ ମୃତ୍ୟୁ ହୁଏ । ଶୀଘ୍ର ଓ ବିଳମ୍ବିତ ମାତୃତ୍ୱ ଉଭୟ କ୍ଷେତ୍ରରେ ମାତୃ ମୃତ୍ୟୁ ସଙ୍କତ ଅଧିକ ରହେ । କିଶୋରୀମାନେ ଗର୍ଭ ଯୋଗୁ ଅଧିକ ଜଟିଳତା ସଙ୍କଟରେ ରହନ୍ତି ଓ ମୃତ୍ୟୁ ସମ୍ଭାବନ ମଧ୍ୟ ଅଧିକ ରହେ । ଅତି କମ୍ରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଗର୍ଭାଧାନ କଲେ ଉନ୍ନତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଲାଭ ହୁଏ । ଅଧିକ ସନ୍ତାନ ଲାଭର ଇଚ୍ଛା ଥିଲେ ବିଗତ ଶିଶୁ ପ୍ରସବ ପରେ ଅତି କମ୍ରେ ଦୁଇ ବର୍ଷ ପରେ ଗର୍ଭାଧାନ କଲେ ମାତା ଓ ଶିଶୁ ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ହୁଏ କିନ୍ତୁ ୫ ବର୍ଷରୁ ଅଧିକ ସମୟ ଅପେକ୍ଷା ଠିକ୍ ନୁହେଁ । ମିସକ୍ୟାରେଜ (miscarriage) ଓ ଗର୍ଭପାତ ପରେ ଅତି କମ୍ରେ ୬ ମାସ ଅପେକ୍ଷା କରିବା ସ୍ୱାସ୍ଥ୍ୟପ୍ରଦ ହୁଏ । ପରିବାର ନିୟୋଜନ କଲାବେଳେ ମହିଳାଙ୍କର ଅଧିକ ବୟସରେ ଗର୍ଭ ସଙ୍କଟ ବିଷୟରେ ସଚେତନ ରହିବା ଆବଶ୍ୟକ । ବୟସ୍କ ପୁରୁଷ ବା ମହିଳାଙ୍କର ଶିଶୁର ଅଟିଜିମ୍ ବା ଡାଉନ ସିଣ୍ଡ୍ରୋମ, ଏକାଧିକ ଶିଶୁ ଜନ୍ମ (multiple birth) ସଙ୍କଟ ଅଧିକ ରହେ । | କିଶୋରୀମାନେ | ai4bharatIndicQA |
ମନ୍ଦିରର ସର୍ବାଙ୍ଗରେ କାରୁକାର୍ଯ୍ୟ କିପରି କରା ଯାଇଛି? | ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି । ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । | ଖୋଦେଇ | ai4bharatIndicQA |
ସେ ତାଙ୍କ ପିତା କେଉଁ ଝିଅ ଥିଲେ? | ପ୍ରିନ୍ସି ହେଉଛି ଗୋଟିଏ ଛୋଟ ଝିଅଟିଏ । ଝନକ ଶୁକ୍ଳା ପ୍ରିନ୍ସି ଭୂମିକାରେ ଅଭିନୟ କରିଥିଲେ । ଫୃଟି ବ୍ୟତୀତ ପ୍ରିନ୍ସି ହିଁପରୀମାନଙ୍କୁ ପୃଥିବୀଲୋକରେ ଦେଖିପାରୁଥିଲା । ପ୍ରନ୍ସି ହେଉଛି ତା' ବାପାଙ୍କର ସବୁଠାରୁ ଗେହ୍ଲି ଝିଅ । ପ୍ରିନ୍ସିର ମାଆ ମୃତ୍ୟୁବରଣ କରିବା ପରେ ତା ବାପା ଆଉ ଥରେ ବିବାହ କରିଥିଲେ । ଏହାପରେ ପ୍ରିନ୍ସିର ସାବତ ମାଆ ପ୍ରିନ୍ସିକୁ ବହୁତ ହଇରାଣ କରୁଥିଲା । ଏମିତିକି ତା'ର ସାବତ ଭାଇ ଭଉଣୀମାନେ ମଧ୍ୟ ପ୍ରିନ୍ସିକୁ ବିପଦରେ ପକାଇବାର କୌଣସି ସୁଯୋଗ ହାତଛଡ଼ା କରୁନ ଥିଲେ । ପ୍ରିନ୍ସିର ବାପା କିନ୍ତୁ ଏହି ସବୁ ବିଷୟରେ ଅଜ୍ଞାତ ଥିଲେ । ପ୍ରିନ୍ସିର ବାପା ଆସିଲେ, ତା'ର ମାଆ ତା' ସହ ଏପରି ବ୍ୟବହାର କରୁଥିଲେ, ସତେ ଯେମିତି ସେ ହିଁ ତା'ର କେବଳ ଗୋଟିଏ ପିଲା, ତା' ବ୍ୟତୀତ ତା'ର ଆଉ କେହି ନାହାନ୍ତି । | ଗେହ୍ଲି | ai4bharatIndicQA |
ଆଶ୍ରମର ପ୍ରାଙ୍ଗଣରେ କଣ ଅଛି ? | ଆଶ୍ରମର ପ୍ରବେଶ ପୂର୍ବରୁ ସପ୍ତର୍ଷିମଣ୍ଡଳସ୍ଥ ଋଷିଗଣ ଯଥା:- ଅତ୍ରି, ଆଙ୍ଗିରା, ବଶିଷ୍ଠ, ମରୀଚି, କ୍ରତୁ, ପୁଲହ, ପୁଲସ୍ତ୍ୟ ଆଦିଙ୍କ ଚିତ୍ର ଦୃଷ୍ଟି ପଥରେ ପଡ଼େ। ବଡ଼ଛତା ମଠ ଏହି ଆଶ୍ରମକୁ "ବଡ଼ଛତା" ଶାଖା "ଆଙ୍ଗିରାମଠ" ନାମକରଣ କରିଛନ୍ତି। ଆଶ୍ରମର ଅଗଣାରେ ଏକ କୂପ ରହିଛି ଯାହାକି ବ୍ୟବହାର ସୁଅନୁପଯୋଗୀ ଅଟେ। ବର ଅଶ୍ୱତ୍ଥ ବୃକ୍ଷର ସନ୍ଧି ସ୍ଥଳରେ ଭକ୍ତମାନେ କେତୋଟି ଶିବଲିଙ୍ଗ ସ୍ଥାପନା କରିଛନ୍ତି। ଏହି ଆଶ୍ରମର ଗମ୍ଭୀରାରେ ଗରୁଡ଼ କରଯୋଡ ମୁଦ୍ରାରେ ବିଦ୍ୟମାନ ହୋଇଛନ୍ତି। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ତିଥିରେ ଶ୍ରୀସୁଦର୍ଶନ ବିମାନରେ ବସି ବିମାନବଡୁ ସେବକମାନଙ୍କ କାନ୍ଧରେ ଏଠାକୁ ମହାପ୍ରଭୁଙ୍କୁ ରକ୍ଷାବନ୍ଧନର ସାକ୍ଷୀ ରହିବା ପାଇଁ ଆସିଥାନ୍ତି। ଏଠାରେ ତାଙ୍କ ଭବ୍ୟ ସମ୍ବର୍ଦ୍ଧନା, ଉପାସନା ହେବା ସହିତ ସାହିର ଭକ୍ତମାନଙ୍କ ତରଫରୁ ପନ୍ତି ଭୋଗ ସମର୍ପଣ କରାଯାଇଥାଏ। ପୂର୍ବେ ଚକ୍ରରାଜ ସୁଦର୍ଶନ ଆଶ୍ରମକୁ ପରିକ୍ରମା କରିବାର ପରମ୍ପରା ଥିଲା କିନ୍ତୁ ଏବେ ଆଶ୍ରମର ଚତୁଃପାର୍ଶ୍ୱ ଆବର୍ଜନାରେ ପୂର୍ଣ୍ଣ ହୋଇଥିବାରୁ ଏହି ପରମ୍ପରା ଆଉ ପାଳନ ହେଉନାହିଁ। ଶ୍ରୀସୁଦର୍ଶନ କୁମାର ପୂର୍ଣ୍ଣିମା ରାତ୍ରିକାଳରେ ଏଠାରେ ବିଜେ ହୋଇ ପନ୍ତି ଭୋଗ ମଣୋହି କରନ୍ତି। ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜରେ ଶୋଭା ପାଉଥିବା ସ୍ୱର୍ଣ୍ଣ ସୁଦର୍ଶନ ଚକ୍ର ମଧ୍ୟ ଏହି ଆଶ୍ରମକୁ ଶ୍ରାବଣ କୃଷ୍ଣ ଏକାଦଶୀ ବା ଚକ୍ର ବୁଲା ଏକାଦଶୀ ତିଥିରେ ବିଜେ ହୋଇଥାନ୍ତି ଓ ମୁନିଋଷିଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି। | କୂପ | ai4bharatIndicQA |
କଳ୍ପନାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତରେ ସେ ଜଣେ କିପରି ଝିଅ ଥିଲେ? | କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହସ ତଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତିକୁ ମଧ୍ୟ ଖୁବ୍ ଭଲ ପାଉଥିଲେ। | ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ର | ai4bharatIndicQA |
ଲୌହ କାହାର ଏକ ଅତ୍ୟାବଶକ୍ୟ ଅଂଶ? | ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ ଅତ୍ୟଧିକ ଋତୁସ୍ରାବ ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ । ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ । | ୧୨ % | ai4bharatIndicQA |
ଚିଲିକାର ଗୁରୁବାଈଗଡ଼ ଓ ବାଣପୁର ତହସିଲର କେଉଁ ଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇ ଦୁଇ ଥର ବିଜେ କରି ଲୀଳା କରିଥିଲେ? | ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ସମୁଦାୟ ଅଠରଥର ଆକ୍ରମଣ ହୋଇଥିଲା । ଏଥିମଧ୍ୟରୁ ପାଞ୍ଚଥର ଆକ୍ରମଣର ସବିଶେଷ ବିବରଣୀ ଗବେଷଣା ହୋଇ ଆଲୋଚନା ପରିସରକୁ ଆସିନାହିଁ । ତେରଥର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରୁ ଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ୨୧ ଥର ସ୍ଥାନାନ୍ତର ହୋଇଛି । ସେଥିମଧ୍ୟରୁ ଦୁଇଥର ଶ୍ରୀକ୍ଷେତ୍ର ଭିତରେ ଲୀଳା ହୋଇଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ଉଣେଇଶ ଥର ସ୍ଥାନାନ୍ତର ହୋଇ ଲୀଳା କରିଛନ୍ତି । ଚିଲିକାର ଗୁରୁବାଈଗଡ଼ ଓ ବାଣପୁର ତହସିଲର ନଈରୀଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇ ଦୁଇ ଥର ବିଜେ କରି ଲୀଳା କରିଥିଲେ । ମହାପ୍ରଭୁ ସମୁଦାୟ ଦୁଇଥର ପାତାଳୀ ଲୀଳା କରିଛନ୍ତି । ଥରେ ସୋନପୁରଠାରେ ଓ ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣରେ ଚିଲିକାର ହାତୀପଡ଼ାଠାରେ ମହାପ୍ରଭୁଙ୍କର ପାତାଳୀଲୀଳା ହୋଇଥିଲା । | ହରେଶ୍ୱର | ai4bharatIndicQA |
ସରୋଜିନୀ ନାଇଡୁ କେଉଁ ମସିହାରେ ଭାରତ ଫେରିଲେ? | ଉର୍ଦ୍ଧୁ, ତେଲୁଗୁ, ଇଂରାଜୀ, ପାର୍ଶି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ୧୯୧୬ରେ ଜବାହାରଲାଲ ନେହେରୁଙ୍କ ସଂପର୍କରେ ଆସିବାପରେ, ଚମ୍ପାରନ୍ ଆନେ୍ଦାଳନରେ ସାମିଲ ହୋଇଥିଲେ । ୧୯୧୯ ଜୁଲାଇରେ ନାଇଡୁ ହୋମରୁଲ ଲିଗର ଇଂଲଣ୍ଡ ଦୂତଭାବେ ଅବସ୍ଥାପିତ ହେଲେ । ୧୯୨୦ରେ ଭାରତ ଫେରିଲେ ଓ ଅଗଷ୍ଟ ୧ରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । | ୧୯୨୦ରେ | ai4bharatIndicQA |
କେତେ ପ୍ରକାରର ଭାରତୀୟ ସଙ୍ଗୀତ ଅଛି ? | ପଣ୍ଡିତ ଶାରଙ୍ଗ ଦେବଙ୍କ ରଚିତ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ଭାରତୀୟ ସଙ୍ଗୀତର ପରିଭାଷାକୁ " ଗୀତମ୍, ବାଦ୍ୟମ୍ ଏବଂ ନୃତ୍ୟମ୍ ତ୍ରୟମ୍ ସଙ୍ଗୀତମୁଚ୍ୟତେ " ଭାବେ ଆକ୍ଷରିତ କରାଯାଇଛି । ଗାୟନ, ବାଦ୍ୟ ବାଦନ ଏବଂ ନୃତ୍ୟ; ଏହି ତିନୋଟି କଳାର ସମାବେଶକୁ ସଙ୍ଗୀତ ଶବ୍ଦରେ ଗ୍ରହଣ କରାଯାଇଛି । ତିନୋଟି ଯାକ ସ୍ୱତନ୍ତ୍ର କଳା ହେବା ସତ୍ତ୍ୱେ ଦୁହେଁ ଦୁହିଁଙ୍କ ପରି-ପୂରକ ଅଟନ୍ତି। ଭାରତୀୟ ସଙ୍ଗୀତ ଦୁଇ ପ୍ରକାରେ ପ୍ରଚଳିତ ହୋଇଛି; ପ୍ରଥମ କର୍ଣ୍ଣାଟକ ସଙ୍ଗୀତ, ଯାହା ଦକ୍ଷିଣ ଭାରତୀୟ ରାଜ୍ୟରେ ପ୍ରଚଳିତ ଏବଂ ଦ୍ୱିତୀୟରେ ହିନ୍ଦୁସ୍ତାନୀ ସଙ୍ଗୀତ, ଯାହା ଶେଷ ଭାରତରେ ଲୋକପ୍ରିୟ ଅଟେ । ଭାରତ ବର୍ଷର ସମସ୍ତ ସଭ୍ୟତାରେ ସଙ୍ଗୀତର ବଡ଼ ମହତ୍ତ୍ୱ ରହିଛି । ଧାର୍ମିକ ଏବଂ ସାମାଜିକ ପରମ୍ପରାରେ ସଙ୍ଗୀତର ପ୍ରଚଳନ ପ୍ରାଚୀନ କାଳରୁ ରହିଛି । | ଦୁଇ ପ୍ରକାରେ | ai4bharatIndicQA |
ଅନେକ ଭାବୁଥିଲେ ଏହା କେଉଁ ସ୍ଥାପତ୍ୟର ଏକ କାର୍ଯ୍ୟ ? | ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ୱିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ୱୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । | ଭାରତୀୟ | ai4bharatIndicQA |
କଳା ଠାକୁରଙ୍କ ବାମ କଡ଼ରେ କାହା ମୂର୍ତ୍ତି ରହିଛି? | ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । | ଲକ୍ଷ୍ମୀଙ୍କ ମୂର୍ତ୍ତି | ai4bharatIndicQA |
କାହାର ଆଶୀର୍ବାଦ ରେ ରାଜା ହରିହର ଭଞ୍ଜ ଦେଓ ଙ୍କ ଆଖି ଭଲ ହେଲା ? | ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । | ଆଖଣ୍ଡଳେଶ୍ୱର | ai4bharatIndicQA |
କିଏ କଂଗ୍ରେସ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଗୁଜୁରାଟର ଖେଡ଼ା ଜିଲ୍ଲାର ଗ୍ରାମକୁ ଯାଇ ଲୋକଙ୍କର ଆପତ୍ତି ଲେଖିଥିଲେ? | କଂଗ୍ରେସ ସ୍ୱେଛାସେବୀମାନଙ୍କର ସହାୟତାରେ ପଟେଲଜୀ ଗୁଜରାଟରେ ସ୍ଥିତ ଖେଦା ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କର ଆପତ୍ତି ଲେଖି ରଖୁଥିଲେ ଏବଂ ଏହାସହ ସରକାରଙ୍କୁ ଟିକସ ନଦେବା ନିମିତ୍ତ ଉତ୍ସାହିତ କରୁଥିଲେ । ପଟେଲଜୀ ଦେଶରେ ଏକତା ଏବଂ ଅହିଂସା ନିମିତ୍ତ ଲୋକଙ୍କୁ କଠିନତା ଆପଣେଇବାକୁ ପ୍ରେରଣା ଯୋଗାଉଥିଲେ । ସେ ପ୍ରତି ଗ୍ରାମରୁ ବହୁମାତ୍ରାରେ ସମର୍ଥନ ଲାଭ କରିଥିଲେ । ସେ ପ୍ରତି ଗାଁରେ କାମ କରିବା ନିମିତ୍ତ ଏକ ସ୍ୱେଛାସେବୀ ମଣ୍ଡଳୀ ତିଆରି କରିଥିଲେ । ପଟେଲଜୀ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ଅନେକ ସାହାର୍ଯ୍ୟ କରିଥିଲେ । | ପଟେଲଜୀ | ai4bharatIndicQA |
କାରଗିଲ ଯୁଦ୍ଧ ପରେ ଭାରତ ନିଜର କେଉଁ ପଦ୍ଧତି ଆବଶ୍ୟକ କରୁଥିଲା ? | ୧୯୯୯ କାରଗିଲ ଯୁଦ୍ଧ ପରେ ଭାରତ ନିଜସ୍ୱ ଦିଗସୂଚକ ପ୍ରଣାଳୀ (Navigation system)ର ଆବଶ୍ୟକତା ପଡିଲା । ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (ଇଂରାଜୀ: Indian Regional Navigational Satellite System) ଇସ୍ରୋଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ପ୍ରଣାଳୀ । ମତ୍ସ୍ୟଜୀବି ମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ (NavIC) ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍), ଋଷ୍ (ଗ୍ଲୋନାସ୍), ଇଉରୋପୀୟ ସଂଘ (ଗାଲିଲିଓ) ଓ ଚୀନ୍ (ବାଇଡୁ)ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି । ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍, ଗାଲିଲିଓ ପରି ନାବିକର ସୀମିତ ପରିସର କାର୍ଯ୍ୟରେ ଉପଲବ୍ଧ ହେବ । ଭାରତ ତଥା ଏହାର ସୀମାରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହି ବ୍ୟବସ୍ଥାର ବ୍ୟବହାରକାରୀଙ୍କୁ ସଠିକ ସ୍ଥାନର ସୂଚନା ମିଳିପାରିବ । ପୃଥିବୀ ପୃଷ୍ଠରୁ ଏହି ସୂଚନା ପାଇବା ପାଇଁ ଟ୍ରାଇଙ୍ଗୁଲେସ୍ନ୍ (Triangulation) ଆଲଗୋରିଦମର ବ୍ୟବହାର କରଯାଏ । | ଦିଗସୂଚକ | ai4bharatIndicQA |
ଶ୍ରୀରାମକୃଷ୍ଣଙ୍କ ମାତା କିଏ ? | ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । କ୍ଷୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ କ୍ଷୁଦିରାମଙ୍କୁ ସାହାଯ୍ୟ କରୁଥିଲେ । | ଚନ୍ଦ୍ରମଣି ଦେବୀ | ai4bharatIndicQA |
ସେ କେଉଁ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ପିଏଚଡି ଅଧ୍ୟୟନ କରିଥିଲେ? | ବର୍ତ୍ତମାନ ସେ ଆମେରିକାର ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ ଥମାସ୍ ଡବ୍ଲ୍ୟୁ. ଲାମୋନ୍ତ୍ ପ୍ରଫେସର୍ ଓ ଅର୍ଥନୀତି ଓ ଦର୍ଶନ ଶାସ୍ତ୍ରରେ ପ୍ରଫେସର୍ ଭାବରେ କାର୍ଯ୍ୟରତ । ସେ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ମଧ୍ୟ ଦାୟିତ୍ତ୍ୱ ତୁଲାନ୍ତି । କଲିକତାର ପ୍ରେସିଡେନ୍ସି କଲେଜରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ୍ କଲା ପରେ ୧୯୫୩ ମସିହାରେ ସେ କେମ୍ବ୍ରିଜର ଟ୍ରିନିଟି କଲେଜକୁ ଉଚ୍ଚତର ଶିକ୍ଷା ପାଇଁ ଗଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସେ ୧୯୫୫ ମସିହାରେ ଅର୍ଥନୀତିରେ ଦ୍ୱୀତିୟ ସ୍ନାତକ ଡିଗ୍ରୀ ଲାଭ କଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତିରେ ପି.ଏଚ୍.ଡି. ଡିଗ୍ରୀ ପାଇଁ ଅଧ୍ୟୟନ କରୁଥିବା ସମୟରେ ତାଙ୍କୁ କଲିକତାସ୍ଥ ନବନିର୍ମିତ ଜାଦବପୁର୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ପ୍ରଫେସର୍ ଓ ବିଭାଗ ମୂଖ୍ୟର ପଦ ଦିଆଗଲା । | କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ | ai4bharatIndicQA |
ହିମୁଙ୍କର ଏକ ବଡ଼ କଣ ଥିଲେ ? | ଏହି ବିପଦପୂର୍ଣ୍ଣ ସମୟରେ ଆକବର ଓ ବୈରାମ ଖାଁ ଦିଲ୍ଲୀ ଅଧିକାର କରିବା ପାଇଁ ପଞ୍ଜବରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ହିମୁଙ୍କର ଏକ ବିଶାଳ ସେନା ଥିଲା । ଉଭୟ ପକ୍ଷ ମଧ୍ୟରେ ଇତିହାସ ପ୍ରସିଦ୍ଧ ପାନିପଥ କ୍ଷେତ୍ରରେ ଯୁଦ୍ଧ ହେଲା । ହିମୁଙ୍କର ପ୍ରଚଣ୍ଡ ଆକ୍ରମଣ ଫଳରେ ମୋଗଲ ସେନା ପରାସ୍ତ ହେବାକୁ ଲାଗିଲା । କିନ୍ତୁ ଶତ୍ରୁ ପକ୍ଷର ଏକ ତୀର ହିମୁଙ୍କର ଚକ୍ଷୁରେ ବିଦ୍ଧ ହେବାରୁ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ସେନାପତିଙ୍କର ଏପରି ଦୁର୍ଦ୍ଦଶା ଦେଖି ସୈନ୍ୟମାନେ ପଳାୟନ କଲେ । ମୋଗଲ ମାଏନ୍ ବିଜୟୀ ହେଲେ । | ବିଶାଳ ସେନା | ai4bharatIndicQA |
ସଂସ୍କୃତ "ସୀତା" ଶବ୍ଦର ଅର୍ଥ କ'ଣ ? | ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । | ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ | ai4bharatIndicQA |
16 ବର୍ଷ ବୟସରେ ସରୋଜିନୀ କେଉଁ ଦେଶକୁ ଯାତ୍ରା କରିଥିଲେ? | ସେ ପାର୍ସି ଭାଷାରେ ମେହେର୍ ମୁନିର୍ ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା। ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା । ଏହି ସମୟରେ ଆନିବେସାନ୍ତଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା। ଇଂଲଣ୍ଡରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ ଏଡ଼ମଣ୍ଡ ଗସ୍ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ। ଏହାଦ୍ୱାରା ତାଙ୍କର ଲେଖା ସ୍ୱଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା। ସେ ଲଣ୍ଡନର କିଂଗ୍ସ କଲେଜ୍ , କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଓ ଗର୍ଟନ କଲେଜ୍ ଆଦିରେ ଅଧ୍ୟୟନ କରିଥିଲେ। ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ୱସ୍ଥ୍ୟହାନୀ ଘଟିଥିଲା। | ବିଲାତ ଯାତ୍ରା | ai4bharatIndicQA |
ପବିତ୍ର ସ୍ଥାନ କେତେ ବର୍ଗ ମିଟର ଅଟେ ? | ପବିତ୍ର ସ୍ଥାନ ଏକ ୧୨.୨୫ x ୧୨.୨୫ ବର୍ଗ ମିଟରର ଅଟେ, ଯାହା ମଧ୍ୟରେ ଦୁଇଟି ମହଲା ଓ ଏକ ସ୍ୱର୍ଣ୍ଣପତ୍ର ଲେପନରେ ତିଆରି ଗୁମ୍ବଦ ଅଛି। ଏହି ଅଭୟାରଣ୍ୟରେ ଏକ ମାର୍ବଲ ନିର୍ମିତ ମଞ୍ଚ ଯାହା ୧୯.୭ x ୧୯.୭ ବର୍ଗ ମିଟର ଅଟେ। ଏହା ଏକ ବର୍ଗ (୧୫୪.୫ x ୧୪.୫ ମି2 ) ଜଳାଶୟ ତଳେ ରହେ, ଯାହାକୁ ଅମୃତସର କିମ୍ବା ଅମୁତସୋବର କୁହାଯାଏ। (ଅମୃତର ଅର୍ଥ ଅମୃତ, ସର ସରୋରର ସଂକ୍ଷିପ୍ତ ରୂପ ଏବଂ ଏହା ଜଳାଶୟର ଅର୍ଥ ଅଟେ। ) ଜଳାଶୟ ୫.୧ ମି ଗହୀର ଓ ୩.୭ ମିଟର ଚୌଡା ମାର୍ବଲ ମାର୍ଗଦ୍ୱାରା ଘେରା ହୋଇଅଛି। ଏହାର ଦକ୍ଷିଣ ପିଅଇଶ୍ୱରୁ ପରିକ୍ରମା କରାଯାଇଥାଏ। ପବିତ୍ର ମଣ୍ଡଳକୁ ମଞ୍ଚ ସହିତ ଯୋଡ଼ାଯାଏ। ପ୍ରବେଶ ଦ୍ୱାରକୁ ଦର୍ଶୀ ପହାଡୀ କୁହାଯାଏ (ଦର୍ଶନ ଦ୍ୱାର ରୁ)। | ୧୨.୨୫ x ୧୨.୨୫ ବର୍ଗ ମିଟରର | ai4bharatIndicQA |
ଶ୍ରୀ ରାମକୃଷ୍ଣ କେଉଁ ଭଗବାନଙ୍କ ଦର୍ଶନ ଲୋଡିଥିଲେ ? | ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ‘ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ । ’ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । | ଶ୍ରୀକୃଷ୍ଣଙ୍କ | ai4bharatIndicQA |
ପାକିସ୍ତାନ ସହ ଅନ୍ୟ କେଉଁ ଦେଶର ସିନ୍ଧୁ ଜଳ ବ୍ୟବହାର ନେଇ ଚୁକ୍ତିନାମା ହୋଇଛି? | ସିନ୍ଧୁ ନଦୀ ବ୍ୟବସ୍ଥାରେ ପଶ୍ଚିମ ପଟରେ ୩ଟି ନଦୀ (ସିନ୍ଧୁ, ଝେଲମ ଓ ଚେନାବ) ଏବଂ ପୂର୍ବ ପଟରେ ୩ଟି ନଦୀ (ବେଆସ, ରାୱି ଓ ଶତଲେଜ) ରହିଛନ୍ତି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ । ଚୁକ୍ତି ଅନୁସାରେ ପୂର୍ବ ପଟର ନଦୀଗୁଡ଼ିକର ପାଣିର ଅନୁମତିପ୍ରାପ୍ତ ଅଂଶ ପାକିସ୍ତାନ ବ୍ୟବହାର କରିବା ପରେ ଏହାର ପାଣିର ବ୍ୟବହାରର ପୂର୍ଣ୍ଣ ଅଧିକାର ଭାରତକୁ ପ୍ରାପ୍ତ ହୋଇଛି । ପୂର୍ବ ପଟର ନଦୀଗୁଡ଼ିକ ପୁଣି ପାକିସ୍ତାନ ଆଡ଼କୁ ପ୍ରବାହିତ ହୋଇ ସିନ୍ଧୁ ସହିତ ମିଳିତ ହୋଇଛନ୍ତି । ସେହିପରି ପଶ୍ଚିମ ପଟର ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେବା ସମୟରେ ଭାରତ ତାହାର ଅନୁମତିପ୍ରାପ୍ତ ଅଂଶ ବ୍ୟବହାର କରିବା ପରେ ଏମାନଙ୍କ ଜଳ ଉପରେ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୪ (୧୪) ଅନୁଯାୟୀ କୌଣସି ଦେଶରେ ପାଣିର ସମ୍ପୂର୍ଣ୍ଣ ବିନିଯୋଗ କରାଯାଉନଥିଲେ ଓ ଅନ୍ୟ ଦେଶ ଜଳର ବ୍ୟବହାର କରୁଥିଲେ ମଧ୍ୟ ଏହା ଜଳ ଉପରେ ପୂର୍ବୋକ୍ତ ଦେଶର ଅଧିକାରର ସ୍ଥିତି ବଦଳାଇ ପାରିବ ନାହିଁ । ଚୁକ୍ତି ଲାଗୁ ହେବା ସମୟରେ ୧୦ ବର୍ଷର ସଂକ୍ରମଣ ଅବଧି ଧାର୍ଯ୍ୟ କରାଗଲା । ଏହି ସମୟରେ ଭାରତ ପୂର୍ବ ନଦୀମାନଙ୍କ ପାଣି ପାକିସ୍ତାନକୁ ଯୋଗାଉଥିଲା । ଏହି ୧୦ ବର୍ଷ ମଧ୍ୟରେ ପାକିସ୍ତାନକୁ ପଶ୍ଚିମ ନଦୀମାନଙ୍କରେ ଜଳସେଚନ ପାଇଁ କେନାଲ୍ ବ୍ୟବସ୍ଥା ନିର୍ମାଣ କରିବାର ସମୟ ଓ ସୁଯୋଗ ମିଳିଲା । | ଭାରତ | ai4bharatIndicQA |
କେଉଁ ମସିହାରେ କୁଲି ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ବଚ୍ଚନ ଏକ ପ୍ରାଣଘାତକ ଦୁର୍ଘଟଣାର ଶିକାର ହୋଇଥିଲେ? | ୧୯୮୨ ମସିହା ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ପରିସରରେ କୁଲି ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ସହ କଳାକାର ପୁନିତ୍ ଇସାର୍ଙ୍କ ସହ ଏକ ଲଢ଼ିବା ଦୃଶ୍ୟର ସୁଟିଙ୍ଗ୍ ବେଳେ ବଚ୍ଚନ ଏକ ପ୍ରାଣଘାତକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ସେ ଆନ୍ତ୍ରିକ ଆଘାତ ପ୍ରାପ୍ତ ହୋଇଥିଲେ । ଗୋଟିଏ ଦୃଶ୍ୟରେ ତାଙ୍କୁ ଉପରୁ ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍ରୁ ତଳକୁ ଡେଇଁବାର ଥିଲା । କିନ୍ତୁ ଯେତେବେଳେ ସେ ଟେବୁଲ୍ ଉପରକୁ ଡେଇଁଲେ, ଟେବୁଲ୍ର ଗୋଟିଏ କୋଣ ତାଙ୍କ ତଳିପେଟରେ ବାଜିଯାଇଥିଲା । ଏହାଦ୍ୱାରା ତାଙ୍କ ପ୍ଲୀହା ଆଘାତପ୍ରାପ୍ତ (Splenic rupture) ହୋଇଥିଲା । ଫଳରେ ତାଙ୍କ ଶରୀରରୁ ବହୁତ ପରିମାଣର ରକ୍ତ ବହିଯାଇଥିଲା । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ପ୍ଲେନେକ୍ଟୋମି (Splenectomy : ପ୍ଲୀହା ପ୍ରତିରୋପଣ) କରାଯାଇଥିଲା । ଏହା ପରେ ସେ ଅନେକ ମାସ ପର୍ଯ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ରହିଥିଲେ । | ୧୯୮୨ | ai4bharatIndicQA |
କେଉଁ ଶାସକମାନଙ୍କ ଦ୍ୱାରା ଅନାବଶ୍ୟକ ଭାବେ ଢାଞ୍ଚା ଭାଙ୍ଗି ଦିଆଗଲା ? | ୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ । ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଦ୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ । ସେ ଏହାକୁ ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢ଼ାର କିଛି ଅଂଶ କୋଣାର୍କରୁ ନିଆଯାଇଥିବା ପଥରରେ ତିଆରି କରାଯାଇଥିଲା । ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା । | ଖୋର୍ଦ୍ଧାର ତତ୍କାଳୀନ ରାଜା | ai4bharatIndicQA |
କେଉଁ କାଣ୍ଡ ହେଉଛି ରାମାୟଣର ଉପସଂହାର ? | ଅଯୋଧ୍ୟାରେ ରାଜତ୍ୱଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତ ଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । | ରାଜତ୍ୱଉତ୍ତରା | ai4bharatIndicQA |
ମମତାଜଙ୍ ବୈବାହିକ ଜୀବନରେ କେତେ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ? | ତାଜ ମହଲ ଶବ୍ଦ ମମତାଜ ମହଲ ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ । ଶାହଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ଶାହଜାହାନଙ୍କୁ ଏ କଥା ଜଣାଇଲେ । ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ଶାହଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ: ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ଶାହଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। କୁହାଯାଏ ମମତାଜଙ୍କ ମୃତ୍ୟୁପରେ ବିଳାସୀ ଶାହଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ଅନ୍ତର୍ପ୍ରେରଣା। ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ। ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। | ୧୪ ଜଣ | ai4bharatIndicQA |
୧୯୩୬ ବର୍ଲିନ ଅଲିମ୍ପିକରେ ଧ୍ୟାନଚାନ୍ଦ କେତେଟି ଗୋଲ କରିଥିଲେ? | ୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । | ୧୧ | ai4bharatIndicQA |
ଶରୀର ରେ କଣ ଅଭାବ ହେଲେ ରକ୍ତହୀନତା ହୁଏ ? | ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ ଅତ୍ୟଧିକ ଋତୁସ୍ରାବ ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ । ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ । | ଲୌହ | ai4bharatIndicQA |
କେଉଁ ଗୁରୁତତ୍ୱପୂର୍ଣ୍ଣ ହ୍ରଦର ଅପର ପାର୍ଶ୍ୱରେ କୈଳାସ ପର୍ବତ ରହିଛି? | ଧୌଲାଗିରି (ଧବଳଗିରି)ର ପଶ୍ଚିମକୁ ଗଲେ ପଶ୍ଚିମ-ନେପାଳରେ କୌଣସି ମହତ୍ତ୍ୱପୂର୍ଣ୍ଣ ପର୍ବତ ନାହିଁ କିନ୍ତୁ ନେପାଳର ବୃହତ୍ତମ ହ୍ରଦ ରାରା ହ୍ରଦ ଏହି ଅଞ୍ଚଳରେ ରହିଛି । ତିବ୍ବତରୁ ବାହାରିଥିବା କର୍ଣ୍ଣାଳୀ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ଆଉ ପଶ୍ଚିମକୁ ଭାରତୀୟ ସୀମା ନିକଟରେ ସାରଦା ନଦୀ ପ୍ରବାହିତ ହେଉଛି । ଏଠାରେ ଚୀନକୁ ସଂଯୋଗ କରୁଥିବା ବାଣିଜ୍ୟ ପଥ ଓ ତିବ୍ବତୀୟ ଉଚ୍ଚଭୂମିର ଏକ ମୁଖ୍ୟ ଶୃଙ୍ଗ “ଗୁର୍ଲା ମାନ୍ଧାତା” ମଧ୍ୟ ରହିଛି । ମାନସରୋବର ହ୍ରଦର ଅପର ପାର୍ଶ୍ୱରେ କୈଳାସ ପର୍ବତ ରହିଛି । କୈଳାସ ପର୍ବତ ହିମାଳୟର ଅନେକ ମୁଖ୍ୟ ନଦୀର ଉତ୍ସ । ହିନ୍ଦୁ, ବୌଦ୍ଧ, ସୁଫି, ଜୈନ ଓ ବୋନ୍ପୋ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ପୂଜା କରାଯାଏ । | ମାନସରୋବର ହ୍ରଦ | ai4bharatIndicQA |
୧୯୮୨ରେ କେଉଁ ଫିଲ୍ମରେ ଅମିତାଭ ଡବଲ ଭୂମିକାରେ ଅଭିନୟ କରିଥିଲେ ? | ୧୯୭୯ ମସିହାରେ ବଚ୍ଚନ ସୁହାଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ମିଃ ନଟ୍ୱର୍ଲାଲ୍, କାଲା ପତ୍ଥର୍ ଓ ଦ ଗ୍ରେଟ୍ ଗାମ୍ବ୍ଲର୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ମିଃ ନଟ୍ୱର୍ଲାଲ୍ ଚଳଚ୍ଚିତ୍ରରେ ସେ ରେଖାଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କାଲା ପତ୍ଥର୍ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ ରାଜ୍ ଖୋସ୍ଲାଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତାନାରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ସିହ୍ନା ଓ ଜିନତ୍ ଅମନ୍ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଦୋସ୍ତାନା ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ସିଲ୍ସିଲାରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ରାମ୍ ବଲ୍ରାମ୍ (୧୯୮୦), ନସିବ୍ (୧୯୮୧) ଓ ଲାୱାରିସ୍ (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା । ୧୯୮୨ ମସିହାରେ ସେ ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ । | ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ | ai4bharatIndicQA |
ସ୍ଲାଇଡ ପରୀକ୍ଷାରେ ପାରାସାଇଟ ଥାଏ ତେବେ କ'ଣ ? | ନିଧାର୍ୟ୍ୟ ଭାବରେ ମ୍ୟାଲେରିଆ ରୋଗର ଚିହ୍ନଟ ନିମନ୍ତେ ରକ୍ତର ସ୍ଲାଇଡ ପରୀକ୍ଷା ଓ ଆଣ୍ଟିଜେନ ଆଧାରିତ ଶିଘ୍ର ନିର୍ଣ୍ଣୟ ପରୀକ୍ଷା (rapid diagnostic tests ବା RDT ) ଆବଶ୍ୟକ । ରକ୍ତ ଫିଲ୍ମ ସ୍ଲାଇଡ ପରୀକ୍ଷା ବହୁଳ ଭାବରେ କି ସହର କି ଗ୍ରାମ ସବୁଠାରେ ବ୍ୟବହାର ହୁଏ । ଏଥିରେ ମୂଖ୍ୟ ଅସୁବିଧା ହେଲା; ଅଣୁବିକ୍ଷଣ ଯନ୍ତ୍ରରେ ସ୍ଲାଇଡ ପରୀକ୍ଷା କରିବା ଲୋକର ଦକ୍ଷତା ଓ ଫିଲ୍ମରେ ଥିବା ପାରାସାଇଟ ସଂଖ୍ୟ । ସ୍ଲାଇଡରେ ଟୋପାଏ ରକ୍ତ ନେଇ ତାହାକୁ ଆଉ ଗୋଟିଏ ସ୍ଲାଇଡ ସାହାଯ୍ୟରେ ଟଣାଯାଇ ଫିଲ୍ମ୍ ତିଆରି କରାଯାଏ । ଫିଲ୍ମରେ କେଉଁଠି ବେଶୀ ପାରାସାଇଟ ଅଛି ତ କେଉଁଠି କମ । ସୁତରାଂ ସ୍ଲାଇଡ ପରୀକ୍ଷାର ପାରାସାଇଟ ନ ଥିଲେ ରୋଗ ନାହିଁ ବୋଲି ଧରାଯାଇ ପାରିବ ନାହିଁ । ଯଦି ଥାଏ, ତେବେ ରୋଗ ନିଶ୍ଚିତ ଅଛି । | rapid diagnostic tests | ai4bharatIndicQA |
ରାଜପୁତମାନେ ଆକବରଙ୍କ କେଉଁ ଭାବ ଦେଖି ଆକବରଙ୍କ ପ୍ରତି ଅନୁରକ୍ତ ହେଲେ ? | ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ୱର ପ୍ରଥମ ଚାରିବର୍ଷରେ ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ୧୫୬୧ରେ ମାଳବ ଅଧିକାର କରିଥିଲେ । ସେନାପତି ଆସଫ ଖାଁଙ୍କୁ ବହୁ ସୈନ୍ୟସହ ପଠେଇ ଗଦ଼ମଣ୍ଡଳର ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ୧୫୬୪ ଖ୍ରୀଷ୍ଟାବ୍ଦରେ ଆକବର ଗଡ଼ମଣ୍ଡଳ ଅଧିକାର କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ପରାଜୟ ପରେ ଦୁର୍ଗାବତୀ ଆତ୍ମହତ୍ୟା କରିଥିଲେ । ଆକବର ଜାଣିଥିଲେ , ରାଜପୁତ ମାନେ ବଡ଼ ସାହସୀ,ଯୁଦ୍ଧପ୍ରିୟ ଓ ସ୍ୱଦେଶବତ୍ସଳ । ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତିଦ୍ୱାରା ବଶ କରିବା ପାଇଁ ଯତ୍ନକଲେ । ରାଜପୁତମାନେ ଆକବରଙ୍କ ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ । | ଉଦାରତା ଓ ସଦ୍ଭାବ | ai4bharatIndicQA |
ସ୍ଲାଇଡରେ ଟୋପାଏ ରକ୍ତ ନେଇ ତାହାକୁ କିପରି ଫିଲ୍ମ୍ ତିଆରି କରାଯାଏ ? | ନିଧାର୍ୟ୍ୟ ଭାବରେ ମ୍ୟାଲେରିଆ ରୋଗର ଚିହ୍ନଟ ନିମନ୍ତେ ରକ୍ତର ସ୍ଲାଇଡ ପରୀକ୍ଷା ଓ ଆଣ୍ଟିଜେନ ଆଧାରିତ ଶିଘ୍ର ନିର୍ଣ୍ଣୟ ପରୀକ୍ଷା (rapid diagnostic tests ବା RDT ) ଆବଶ୍ୟକ । ରକ୍ତ ଫିଲ୍ମ ସ୍ଲାଇଡ ପରୀକ୍ଷା ବହୁଳ ଭାବରେ କି ସହର କି ଗ୍ରାମ ସବୁଠାରେ ବ୍ୟବହାର ହୁଏ । ଏଥିରେ ମୂଖ୍ୟ ଅସୁବିଧା ହେଲା; ଅଣୁବିକ୍ଷଣ ଯନ୍ତ୍ରରେ ସ୍ଲାଇଡ ପରୀକ୍ଷା କରିବା ଲୋକର ଦକ୍ଷତା ଓ ଫିଲ୍ମରେ ଥିବା ପାରାସାଇଟ ସଂଖ୍ୟ । ସ୍ଲାଇଡରେ ଟୋପାଏ ରକ୍ତ ନେଇ ତାହାକୁ ଆଉ ଗୋଟିଏ ସ୍ଲାଇଡ ସାହାଯ୍ୟରେ ଟଣାଯାଇ ଫିଲ୍ମ୍ ତିଆରି କରାଯାଏ । ଫିଲ୍ମରେ କେଉଁଠି ବେଶୀ ପାରାସାଇଟ ଅଛି ତ କେଉଁଠି କମ । ସୁତରାଂ ସ୍ଲାଇଡ ପରୀକ୍ଷାର ପାରାସାଇଟ ନ ଥିଲେ ରୋଗ ନାହିଁ ବୋଲି ଧରାଯାଇ ପାରିବ ନାହିଁ । ଯଦି ଥାଏ, ତେବେ ରୋଗ ନିଶ୍ଚିତ ଅଛି । | ଆଉ ଗୋଟିଏ ସ୍ଲାଇଡ ସାହାଯ୍ୟରେ | ai4bharatIndicQA |
ସୁନା ଅଳଙ୍କାର କେଉଁ ଦିନ ବ୍ୟବହୃତ ହୁଏ ? | ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । | ଦୈନନ୍ଦିନ | ai4bharatIndicQA |
ବାୟୁମଣ୍ଡଳ କାହାକୁ ଘେରି ରହିଥାଏ ? | ଗ୍ରହର ଚାରିପାଖରେ ଥିବା ବାୟୁକୁ ବାୟୁମଣ୍ଡଳ କୁହାଯାଏ । ମାଧ୍ୟାକର୍ଷଣ ଏହାକୁ ଧରି ରଖେ । ପୃଥିବୀର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟ ଗ୍ୟାସମାନଙ୍କୁ ନେଇ ଗଠିତ । ବାୟୁ ହେଉଛି ଗ୍ୟାସ୍ମାନଙ୍କର ଏକ ମିଶ୍ରଣ । ବାୟୁମଣ୍ଡଳରେ ଓଜୋନ୍ ଗ୍ୟାସ ବିଶିଷ୍ଟ ଏକ ଓଜୋନ୍ ସ୍ତର ଅଛି । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ଓଜୋନ୍ ଶୋଷିନିଏ । ଅତିବାଇଗଣୀ ରଶ୍ମି ଜୀବନ ପାଇଁ ବିପଜ୍ଜନକ ହୋଇଥିବାରୁ ଓଜୋନ୍ ବିନା ଜୀବନ ସମ୍ଭବ ନୁହେଁ । ଉଲ୍କା ଓ କ୍ଷୁଦ୍ର ଗ୍ରହାଣୁ ସଂଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ଏଗୁଡ଼ିକ ବାୟୁମଣ୍ଡଳରେ ଘଷି ହୋଇ ପୋଡ଼ିଯାଆନ୍ତି । ବାୟୁମଣ୍ଡଳ ପୃଥିବୀକୁ ଉଷ୍ଣ ରଖେ । ମିଥେନ୍, ଅଙ୍ଗାରକାମ୍ଳ ପରି ଗ୍ୟାସ୍ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହାକୁ ପ୍ରାକୃତିକ ସବୁଜ କୋଠରୀ ପ୍ରଭାବ କୁହାଯାଏ । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରନ୍ତି । | ପୃଥିବୀକୁ | ai4bharatIndicQA |
ସୋନପେରୀଙ୍କ ସାଥୀର ନାମ କ’ଣ ? | ଯେତେବେଳେ ଫୃଟିର ମାଆ ମୃତ୍ୟୁବରଣ କଲା, ସେତେବେଳେ ଫୃଟି ବହୁତ ସାନ ଥିଲା । ମୃତ୍ୟୁ ପୂର୍ବରୁ ଫୃଟି ମାଆ ତା'ର ସ୍ୱାମୀ ରୋହିତକୁ ଝିଅ ଫୃଟି ଏବଂ ପୁଅ ଆପିର ଦେଖାଶୁଣା କରିବା ପାଇଁ ଏବଂ ମାଆର ଖାଲି ସ୍ଥାନ ପୂରଣ କରିବା ପାଇଁ ଆଉ ଥରେ ବିବାହ କରିବାକୁ କହିଥିଲା । ତେଣୁ ତା'ର ମୃତ୍ୟୁ ପରେ ରୋହିତ ତା'ର ପ୍ରେମୀ ରୁବୀ ସହ ବିବାହ କରିବାକୁ ସ୍ଥିର କଲା । ଏହିଦିନମାନଙ୍କରେ ଜୋସଲ୍କର ନାମକ ଜଣେ ବୈଜ୍ଞାନିକ ଏବଂ ତା'ର ଚେଲା ବଣ୍ଟି ପରୀ କିମ୍ବା ଜିନ୍ଙ୍କ ପରି ପରଗ୍ରହୀଙ୍କୁ ଧରିବା ଉପରେ ଗବେଷଣା କରୁଥିଲେ । ସେମାନେ ଗୋଟିଏ କପୋତକୁ ଧରିଥିଲେ ଯିଏକି ପ୍ରକୃତରେ ଗୋଟିଏ ପରୀ ଥିଲା କିନ୍ତୁ ସେହି କପୋତଟିକୁ ଫୃଟି ମୁକ୍ତ କରିଦେଇଥିଲା । ଏହା ପରେ ସୋନପରୀ ଏବଂ ତା'ର ସାଥୀ ଜିନ୍ ଆଲ୍ତୁ ସହ ଫୃଟିର ବନ୍ଧୁତା ସ୍ଥାପନ ହୋଇଯାଏ । ସୋନପରୀ ଏବଂ ଆଲ୍ତୁ ଫୃଟିକୁ ଗୋଟିଏ ମୋତି ଦେଲେ, ଯାହକୁ ହାତରେ ଘସିବାଦ୍ୱାରା ସେମାନେ ଦୁଇଜଣ ଫୃଟି ପଖରେ ଆସି ପହଞ୍ଚିଯାଉଥିଲେ । ସୋନପରୀ ଫୃଟିକୁ ଏକ ମାଆ ଭଳି ସ୍ନେହ ଦେଉଥିଲା । ଆଲ୍ତୁ ଏବଂ ସୋନପରୀ ସହ ଫୃଟିର ବନ୍ଧୁତା ବଢ଼ିବାରେ ଲାଗିଲା ଏବଂ ସେମାନେ ସବୁବେଳେ ଫୃଟିକୁ ଦେଖାକରିବାକୁ ପୃଥିବୀଲୋକକୁ ଆସିଲେ । ସବୁବେଳେ ସେମାନେ ଫୃଟିକୁ ସାହାଯ୍ୟ କଲେ । ରୁବୀ ଏବଂ ତା'ର ପରିବାର ବିଷୟରେ ସବୁକିଛି ଜାଣିବାକୁ ସେମାନେ ଫୃଟିକୁ ସାହାଯ୍ୟ କଲେ । | ଜିନ୍ ଆଲ୍ତୁ | ai4bharatIndicQA |
ଗୁରୁଦ୍ୱାର ପ୍ରଭାକ କମିଟିର କାର୍ଯ୍ୟାଳୟ ନାମ କଣ ? | ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ । ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ ''କାଳାତୀତ ଭାବଙ୍କ ସିଂହାସନ''। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ। | ଶ୍ରୀ ଅକାଳ ଭୁଞ୍ଜା | ai4bharatIndicQA |
ଗୁମ୍ଫା କ୍ରମାଙ୍କ ୧୫ କେଉଁ ମନ୍ଦିର ଭାବେ ଜଣାଶୁଣା? | ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା । | ଦଶାବତା | ai4bharatIndicQA |